ପ୍ରିୟଙ୍କାଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ନିକ୍‌

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ର ପପ୍‌ ଗାୟକ ନିକ ଜୋନସଙ୍କ ଯୋଡିକୁ ନେଇ ସବୁ ସମୟରେ କିଛି ନା କିଛି କଥା ସାମ୍ନାକୁ ଆସିଥାଏ। ତେବେ ସେମାନଙ୍କ ରିଲେଶନଶିପ୍‌ ଯେବେ ଲୋକଲୋଚନକୁ ଆସିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମ୍ପର୍କ ବେଶି ଦିନ ତିଷ୍ଠିବ ନାହିଁ। ଖୁବ୍‌ କମ ଦିନ ଭିତରେ ହିଁ ଏ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯିବ ବୋଲି ସମସ୍ତେ ଭାବିଥିଲେ। ହେଲେ ଏବେ ଏହି ଯୋଡି ସୁଖଦ ବୈବାହିକ ଜୀବନ ବିତାଉଛନ୍ତି। ତେବେ ପ୍ରିୟଙ୍କାଙ୍କ ଏକ ବିଶେଷ ଗୁଣ ନିକ୍‌ଙ୍କ ହୃଦୟକୁ ଜିତିପାରିଥିଲା। ତାହା ହେଲା, ପ୍ରିୟଙ୍କାଙ୍କର ପରିବାର ପ୍ରତି ଭଲ ପାଇବା ଏବଂ ସମ୍ମାନ। ଏହା ହିଁ ନିକ୍‌ଙ୍କୁ ଆକୃଷ୍ଟ କରିଥିଲା। ନିକଟରେ ଏକ ସାକ୍ଷାତକାରେରେ ନିକ୍‌ ଏହା କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ଏକାଠି ଜୀବନ ବିତାଇବା ପାଇଁ ଏହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଠିକ୍‌ ଏହି ଫିଲିଙ୍ଗସ ଆମେ ପରସ୍ପରପ୍ରତି ଅନୁଭବ କରିଥିଲୁ। ପ୍ରୟଙ୍କାଙ୍କ ସହ ଜୀବନ ବିତାଇବା ପାଇଁ ଏକ୍ସଶାଇଟେଡ୍‌ ହୋଇଯାଇଥିବା ନିକ୍‌ କହିଥିଲେ।

Share