ଗୁଣାତ୍ମକ ସାମଗ୍ରୀ, ଲୋକ ସମ୍ପର୍କକୁ ଗୁରୁତ୍ୱ

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ କରିବା ପାଇଁ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ହେଲେ ବାସସ୍ଥଳୀକୁ ସୁନ୍ଦର ଓ ମନଲାଖି କରିବା ଲାଗି ପ୍ରାୟତଃ ସମସ୍ତେ ଚାହାନ୍ତି। ଏପରିକି ଗୃହୋପକରଣ ଓ ଆସବାବପତ୍ର ଆଦିରେ ଏବେ ପ୍ଲାଏଉଡ୍‌ ଏକ ଅବିଚ୍ଛେଦ୍ୟ ସାମଗ୍ରୀ ଭାବେ ସ୍ଥାନ ପାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବା ସହ ଲୋକ ସମ୍ପର୍କକୁ ମୂଳମନ୍ତ୍ର ଭାବେ ଗ୍ରହଣକରି ଅନେକ ସଫଳତା ହାସଲ କରିଥିବା ‘ଭାରତ ପ୍ଲାଏଉଡ୍‌ସ’ର ପରିଚାଳନା ନିର୍ଦ୍ଦେଶକ ବ୍ରଜେନ୍ଦ୍ର କୁମାର ରାଏଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର- ଆପଣଙ୍କ ବାଲ୍ୟ ଜୀବନ କିପରି ଥିଲା?
ଉ- କଟକ ଜିଲା ଆଠଗଡ଼ର ରାଧାଦର୍ଶନପୁର ଆମ ଗଁା। ଏଇଠୁ ମୋର ବାଲ୍ୟ ଜୀବନ ଆରମ୍ଭ ହୋଇଥିଲା। ଏପରି କି ସ୍ଥାନୀୟ ଖୁଣ୍ଟକଟା ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ଖୋର୍ଦ୍ଧା କଲେଜରୁ ବାଣିଜ୍ୟ ସ୍ନାତକରେ ଉଚ୍ଚଶିକ୍ଷା ହାସଲ କରିଥିଲି। ବିଶେଷକରି ଗ୍ରାମ୍ୟ ପରିବେଶର ଆନନ୍ଦମୟ ଜୀବନ ବେଶ୍‌ ସୁରୁଖୁରୁରେ କଟିଥିଲା।
ପ୍ର- ବ୍ୟବସାୟ ବୃତ୍ତିକୁ ଆପଣାଇଲେ କାହିଁକି?
ଉ- ଆଠଗଡ଼ର ବିଶିଷ୍ଟ ବ୍ୟବସାୟୀ ମହାବୀର ରାଏ ମୋ ବାପା। ଆମର କିରୋସିନ ହୋଲ୍‌ସେଲ୍‌ ଓ ଗ୍ରୋସେରି ବ୍ୟବସାୟ ଥିଲା। ଏପରିକି ପିଲାଟି ଦିନରୁ ବ୍ୟବସାୟର କଳା ବାପାଙ୍କଠାରୁ ଶିଖିଛି। ବିଶେଷକରି କିଣାବିକାର ଜୀବନ ଅତି ନିକଟରୁ ପରଖିଛି। ସେଥିପାଇଁ ବ୍ୟବସାୟ ପ୍ରତି ଆଗ୍ରହ ସ୍ବତଃ ମନରେ ଆସିଯାଇଥିଲା।
ପ୍ର- ପାରିବାରିକ ବ୍ୟବସାୟକୁ ଛାଡ଼ି ପ୍ଲାଏଉଡ୍‌ ବ୍ୟବସାୟରେ ପ୍ରବେଶ କଲେ କାହିଁକି?
ଉ- ୧୯୭୮ରେ ବ୍ୟବସାୟ କରିବାକୁ ମନ ବଳିଲା। ଏପରିକି କୃଷି ଓ ଆଗ୍ରୋବେସ୍‌ ବ୍ୟବସାୟ କରିବାର ଇଚ୍ଛା ଥିଲା। ହେଲେ ସେତେବେଳେ କଟକ ସହରରେ ପ୍ଲାଏଉଡ୍‌ ଷ୍ଟୋର ସୀମିତ ଥାଏ। ବିଶେଷକରି ଘର ତିଆରି ପାଇଁ କାଠର ଏକ ବିକଳ୍ପ ଭାବେ ପ୍ଲାଏଉଡ୍‌କୁ ମୁଁ ଭାବିଲି। ସେହିଭଳି ସହଜଲବ୍ଧ ଆଗ୍ରୋବେସ୍‌ କାଠକୁ ପରିବର୍ତ୍ତିତ ଢଙ୍ଗରେ ପ୍ଲାଏଉଡ୍‌ ପ୍ରସ୍ତୁତ କରାଯାଇଥାଏ, ଯାହା କି ପରିବେଶ ଉପଯୋଗୀ। ପୁନଶ୍ଚ ସବୁ ବର୍ଗର ଆର୍ଥିକ କ୍ଷମତାକୁ ସୁହାଇଲା ଭଳି ଗୃହନିର୍ମାଣଠାରୁ ସାଜସଜ୍ଜା ପର୍ଯ୍ୟନ୍ତ ପ୍ଲାଏଉଡ୍‌ ବହୁଳ ଭାବେ ଉପଯୋଗୀ ହୋଇଥାଏ। ଏହି ଭାବନାରେ ପ୍ଲାଏଉଡ୍‌ ବ୍ୟବସାୟ ଆରମ୍ଭ କରିଥିଲି।
ପ୍ର- ବର୍ତ୍ତମାନ ଏହାର ଚାହିଦା କିଭଳି ରହିଛି?
ଉ- ବର୍ତ୍ତମାନ ସମୟରେ ଗୃହନିର୍ମାଣ ଓ ଆନ୍ତଃ ସାଜସଜ୍ଜା (ଇଣ୍ଟେରିୟର) ପାଇଁ ପ୍ଲାଏଉଡ୍‌ ଅନିବାର୍ଯ୍ୟ ହୋଇପଡ଼ିଛି। ଏହାଛଡ଼ା ଘରର ଝରକା, କବାଟ, ଫଲ୍‌ସ ସିଲିଂ ସଦୃଶ ବ୍ୟବସାୟିକ ଶୋ’ରୁମ୍‌, କ୍ୟାବିନ, ପାର୍ଟିସନ୍‌, କାର୍ଯ୍ୟାଳୟର ଆସବାବପତ୍ର ସବୁଥିରେ ପ୍ଲାଏଉଡ୍‌ର ଉପଯୋଗ ରହିଛି। ଏକଥା ବି କୁହାଯାଇପାରେ ପାରମ୍ପରିକ ମୂଲ୍ୟବାନ୍‌ କାଠର ସ୍ଥାନ ପ୍ଲାଏଉଡ୍‌ ହୋଇପାରିଛି। ଏହାଛଡ଼ା ଆଲୁମିନିୟମ, କାଚ, ୟୁପିଭିସି, ଡବ୍ଲ୍ୟୁପିଭିସି ଆଦିର ଚାହିଦା ରହିଥିବାରୁ ଏହାକୁ ମଧ୍ୟ ଆମେ ବ୍ୟବସାୟରେ ସାମିଲ କରିଛୁ।
ପ୍ର- ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଉ- ଆମେ ବ୍ୟବସାୟ କରୁଥିବା ଜିନିଷଗୁଡ଼ିକ ପ୍ରାୟତଃ ଅନ୍ୟ ରାଜ୍ୟ ଯଥା ହରିୟାଣା, ଗୁଜରାଟ, ପଶ୍ଚିମବଙ୍ଗ, ତେଲଙ୍ଗାନା, କର୍ନାଟକ ଆଦିରୁ ଆମଦାନୀ କରିଥାଉ। ହେଲେ ଓଡ଼ିଶାରେ ଏହାର ଉତ୍ପାଦନ ନାହିଁ। ଏପରିକି ଆଗାମୀ ଦିନରେ ଆବଶ୍ୟକ ସାମଗ୍ରୀଗୁଡ଼ିକ ଓଡ଼ିଶାରେ ଉପଲବ୍ଧି କରାଇବା ସହ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ବସାଇବାର ଲକ୍ଷ୍ୟ ରହିଛି। ଫଳରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ।
ପ୍ର- ଆପଣ ଅବସର ସମୟ କିପରି କାଟନ୍ତି?
ଉ- ବ୍ୟବସାୟ ସାଙ୍ଗକୁ ସମାଜସେବା କ୍ଷେତ୍ରରେ ମଧ୍ୟ ମୁଁ ନିୟୋଜିତ ଥାଏ। ଯେମିତି କି ବହୁ ଶିକ୍ଷାନୁଷ୍ଠାନ,ସାର୍ବଜନୀନ ପୂଜା କମିଟି, ସମାଜ ସଂସ୍କାର ସହ ମୁଁ ଯୋଡ଼ିହୋଇ ରହିଛି। ଏପରିକି କୃଷି, ପର୍ଯ୍ୟାବରଣ ଓ ଉଦ୍ୟାନ କୃଷିରେ ମୁଁ ମନୋନିବେଶ କରିଥାଏ। ସର୍ବୋପରି ସମାଜର ଅବହେଳିତ ଲୋକଙ୍କ ହିତରେ ଅବସର ସମୟକୁ ଅତିବାହିତ କରିଥାଏ।
ପ୍ର- ବ୍ୟବସାୟ ପାଇଁ ଆସୁଥିବା ଯୁବବର୍ଗଙ୍କ ପାଇଁ କି ବାର୍ତ୍ତା ଦେବେ?
ଉ- ଗ୍ରାହକ ସନ୍ତୁଷ୍ଟି ମନ୍ତ୍ର ସେବା ଓ ବିଶ୍ୱାସଭାଜନ ହେବା ପାଇଁ ବ୍ୟବସାୟୀଟିଏ ସର୍ବତ୍ର ଚେଷ୍ଟିତ ହେବା ଆବଶ୍ୟକ। ଧୈର୍ଯ୍ୟର ସହ ନିଜର ବ୍ୟବସାୟକୁ ଇମାନଦାରି ଓ ସତ୍ୟତା ଉପରେ ପର୍ଯ୍ୟବସିତ କରାନ୍ତୁ। ନିଜକୁ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟରେ ନିୟୋଜିତ କରିବା ଉଚିତ। ତେବେ ଯାଇ ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ଉକ୍ତି ପୂରଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri