ଗୁଣାତ୍ମକ ସାମଗ୍ରୀ, ଲୋକ ସମ୍ପର୍କକୁ ଗୁରୁତ୍ୱ

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ କରିବା ପାଇଁ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ହେଲେ ବାସସ୍ଥଳୀକୁ ସୁନ୍ଦର ଓ ମନଲାଖି କରିବା ଲାଗି ପ୍ରାୟତଃ ସମସ୍ତେ ଚାହାନ୍ତି। ଏପରିକି ଗୃହୋପକରଣ ଓ ଆସବାବପତ୍ର ଆଦିରେ ଏବେ ପ୍ଲାଏଉଡ୍‌ ଏକ ଅବିଚ୍ଛେଦ୍ୟ ସାମଗ୍ରୀ ଭାବେ ସ୍ଥାନ ପାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବା ସହ ଲୋକ ସମ୍ପର୍କକୁ ମୂଳମନ୍ତ୍ର ଭାବେ ଗ୍ରହଣକରି ଅନେକ ସଫଳତା ହାସଲ କରିଥିବା ‘ଭାରତ ପ୍ଲାଏଉଡ୍‌ସ’ର ପରିଚାଳନା ନିର୍ଦ୍ଦେଶକ ବ୍ରଜେନ୍ଦ୍ର କୁମାର ରାଏଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର- ଆପଣଙ୍କ ବାଲ୍ୟ ଜୀବନ କିପରି ଥିଲା?
ଉ- କଟକ ଜିଲା ଆଠଗଡ଼ର ରାଧାଦର୍ଶନପୁର ଆମ ଗଁା। ଏଇଠୁ ମୋର ବାଲ୍ୟ ଜୀବନ ଆରମ୍ଭ ହୋଇଥିଲା। ଏପରି କି ସ୍ଥାନୀୟ ଖୁଣ୍ଟକଟା ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ଖୋର୍ଦ୍ଧା କଲେଜରୁ ବାଣିଜ୍ୟ ସ୍ନାତକରେ ଉଚ୍ଚଶିକ୍ଷା ହାସଲ କରିଥିଲି। ବିଶେଷକରି ଗ୍ରାମ୍ୟ ପରିବେଶର ଆନନ୍ଦମୟ ଜୀବନ ବେଶ୍‌ ସୁରୁଖୁରୁରେ କଟିଥିଲା।
ପ୍ର- ବ୍ୟବସାୟ ବୃତ୍ତିକୁ ଆପଣାଇଲେ କାହିଁକି?
ଉ- ଆଠଗଡ଼ର ବିଶିଷ୍ଟ ବ୍ୟବସାୟୀ ମହାବୀର ରାଏ ମୋ ବାପା। ଆମର କିରୋସିନ ହୋଲ୍‌ସେଲ୍‌ ଓ ଗ୍ରୋସେରି ବ୍ୟବସାୟ ଥିଲା। ଏପରିକି ପିଲାଟି ଦିନରୁ ବ୍ୟବସାୟର କଳା ବାପାଙ୍କଠାରୁ ଶିଖିଛି। ବିଶେଷକରି କିଣାବିକାର ଜୀବନ ଅତି ନିକଟରୁ ପରଖିଛି। ସେଥିପାଇଁ ବ୍ୟବସାୟ ପ୍ରତି ଆଗ୍ରହ ସ୍ବତଃ ମନରେ ଆସିଯାଇଥିଲା।
ପ୍ର- ପାରିବାରିକ ବ୍ୟବସାୟକୁ ଛାଡ଼ି ପ୍ଲାଏଉଡ୍‌ ବ୍ୟବସାୟରେ ପ୍ରବେଶ କଲେ କାହିଁକି?
ଉ- ୧୯୭୮ରେ ବ୍ୟବସାୟ କରିବାକୁ ମନ ବଳିଲା। ଏପରିକି କୃଷି ଓ ଆଗ୍ରୋବେସ୍‌ ବ୍ୟବସାୟ କରିବାର ଇଚ୍ଛା ଥିଲା। ହେଲେ ସେତେବେଳେ କଟକ ସହରରେ ପ୍ଲାଏଉଡ୍‌ ଷ୍ଟୋର ସୀମିତ ଥାଏ। ବିଶେଷକରି ଘର ତିଆରି ପାଇଁ କାଠର ଏକ ବିକଳ୍ପ ଭାବେ ପ୍ଲାଏଉଡ୍‌କୁ ମୁଁ ଭାବିଲି। ସେହିଭଳି ସହଜଲବ୍ଧ ଆଗ୍ରୋବେସ୍‌ କାଠକୁ ପରିବର୍ତ୍ତିତ ଢଙ୍ଗରେ ପ୍ଲାଏଉଡ୍‌ ପ୍ରସ୍ତୁତ କରାଯାଇଥାଏ, ଯାହା କି ପରିବେଶ ଉପଯୋଗୀ। ପୁନଶ୍ଚ ସବୁ ବର୍ଗର ଆର୍ଥିକ କ୍ଷମତାକୁ ସୁହାଇଲା ଭଳି ଗୃହନିର୍ମାଣଠାରୁ ସାଜସଜ୍ଜା ପର୍ଯ୍ୟନ୍ତ ପ୍ଲାଏଉଡ୍‌ ବହୁଳ ଭାବେ ଉପଯୋଗୀ ହୋଇଥାଏ। ଏହି ଭାବନାରେ ପ୍ଲାଏଉଡ୍‌ ବ୍ୟବସାୟ ଆରମ୍ଭ କରିଥିଲି।
ପ୍ର- ବର୍ତ୍ତମାନ ଏହାର ଚାହିଦା କିଭଳି ରହିଛି?
ଉ- ବର୍ତ୍ତମାନ ସମୟରେ ଗୃହନିର୍ମାଣ ଓ ଆନ୍ତଃ ସାଜସଜ୍ଜା (ଇଣ୍ଟେରିୟର) ପାଇଁ ପ୍ଲାଏଉଡ୍‌ ଅନିବାର୍ଯ୍ୟ ହୋଇପଡ଼ିଛି। ଏହାଛଡ଼ା ଘରର ଝରକା, କବାଟ, ଫଲ୍‌ସ ସିଲିଂ ସଦୃଶ ବ୍ୟବସାୟିକ ଶୋ’ରୁମ୍‌, କ୍ୟାବିନ, ପାର୍ଟିସନ୍‌, କାର୍ଯ୍ୟାଳୟର ଆସବାବପତ୍ର ସବୁଥିରେ ପ୍ଲାଏଉଡ୍‌ର ଉପଯୋଗ ରହିଛି। ଏକଥା ବି କୁହାଯାଇପାରେ ପାରମ୍ପରିକ ମୂଲ୍ୟବାନ୍‌ କାଠର ସ୍ଥାନ ପ୍ଲାଏଉଡ୍‌ ହୋଇପାରିଛି। ଏହାଛଡ଼ା ଆଲୁମିନିୟମ, କାଚ, ୟୁପିଭିସି, ଡବ୍ଲ୍ୟୁପିଭିସି ଆଦିର ଚାହିଦା ରହିଥିବାରୁ ଏହାକୁ ମଧ୍ୟ ଆମେ ବ୍ୟବସାୟରେ ସାମିଲ କରିଛୁ।
ପ୍ର- ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଉ- ଆମେ ବ୍ୟବସାୟ କରୁଥିବା ଜିନିଷଗୁଡ଼ିକ ପ୍ରାୟତଃ ଅନ୍ୟ ରାଜ୍ୟ ଯଥା ହରିୟାଣା, ଗୁଜରାଟ, ପଶ୍ଚିମବଙ୍ଗ, ତେଲଙ୍ଗାନା, କର୍ନାଟକ ଆଦିରୁ ଆମଦାନୀ କରିଥାଉ। ହେଲେ ଓଡ଼ିଶାରେ ଏହାର ଉତ୍ପାଦନ ନାହିଁ। ଏପରିକି ଆଗାମୀ ଦିନରେ ଆବଶ୍ୟକ ସାମଗ୍ରୀଗୁଡ଼ିକ ଓଡ଼ିଶାରେ ଉପଲବ୍ଧି କରାଇବା ସହ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ବସାଇବାର ଲକ୍ଷ୍ୟ ରହିଛି। ଫଳରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ।
ପ୍ର- ଆପଣ ଅବସର ସମୟ କିପରି କାଟନ୍ତି?
ଉ- ବ୍ୟବସାୟ ସାଙ୍ଗକୁ ସମାଜସେବା କ୍ଷେତ୍ରରେ ମଧ୍ୟ ମୁଁ ନିୟୋଜିତ ଥାଏ। ଯେମିତି କି ବହୁ ଶିକ୍ଷାନୁଷ୍ଠାନ,ସାର୍ବଜନୀନ ପୂଜା କମିଟି, ସମାଜ ସଂସ୍କାର ସହ ମୁଁ ଯୋଡ଼ିହୋଇ ରହିଛି। ଏପରିକି କୃଷି, ପର୍ଯ୍ୟାବରଣ ଓ ଉଦ୍ୟାନ କୃଷିରେ ମୁଁ ମନୋନିବେଶ କରିଥାଏ। ସର୍ବୋପରି ସମାଜର ଅବହେଳିତ ଲୋକଙ୍କ ହିତରେ ଅବସର ସମୟକୁ ଅତିବାହିତ କରିଥାଏ।
ପ୍ର- ବ୍ୟବସାୟ ପାଇଁ ଆସୁଥିବା ଯୁବବର୍ଗଙ୍କ ପାଇଁ କି ବାର୍ତ୍ତା ଦେବେ?
ଉ- ଗ୍ରାହକ ସନ୍ତୁଷ୍ଟି ମନ୍ତ୍ର ସେବା ଓ ବିଶ୍ୱାସଭାଜନ ହେବା ପାଇଁ ବ୍ୟବସାୟୀଟିଏ ସର୍ବତ୍ର ଚେଷ୍ଟିତ ହେବା ଆବଶ୍ୟକ। ଧୈର୍ଯ୍ୟର ସହ ନିଜର ବ୍ୟବସାୟକୁ ଇମାନଦାରି ଓ ସତ୍ୟତା ଉପରେ ପର୍ଯ୍ୟବସିତ କରାନ୍ତୁ। ନିଜକୁ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟରେ ନିୟୋଜିତ କରିବା ଉଚିତ। ତେବେ ଯାଇ ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ଉକ୍ତି ପୂରଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri