ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଏପରିକି ପରାଜିତ ହୋଇଥିବା ଦଳ ଶୁକ୍ରବାର କ୍ୱାଲିଫାୟର-୨ ମ୍ୟାଚ୍ରେ ଏଲିମିନେଟର ବିଜେତା ଦଳକୁ ଭେଟିବ।
ଅନ୍ୟପକ୍ଷେ ଧର୍ମଶାଳାରେ ଚଳିତ ଆଇପିଏଲ୍ରେ ଖେଳାଯାଇଥିବା ୩ ମ୍ୟାଚ୍ ହାଇସ୍କୋରିଂ ରହିଥିଲା। ବ୍ୟାଟରଙ୍କ ଭଳି ପେସରଙ୍କୁ ମଧ୍ୟ ଏଠାକାର ପିଚ୍ ସୁହାଏ। ପ୍ରାରମ୍ଭିକ ଭାବେ ଏଠାରେ ବଲକୁ ଅତିରିକ୍ତ ବାଉନ୍ସ ଓ ସିମ ମୁଭମେଣ୍ଟ ମିଳିଥାଏ। ଏଠାରେ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨୦୦ ଛୁଇଁଛି ନ ହେଲେ ଅତିକ୍ରମ କରିଛି। ଏଣୁ ପାଓ୍ବାରପ୍ଲେରେ କେଉଁ ଦ ଅଧିକ ସ୍କୋର କରୁଛି, ତାହା ଉପରେ ମ୍ୟାଚ୍ର ଫଳାଫଳ ନିର୍ଭର କରିବ।