କ୍ୱାଡ ଶିଖର ସମ୍ମିଳନୀରେ ମୋଦିଙ୍କ ପ୍ରଶଂସା, ବାଇଡେନ କହିଲେ ଭାରତ ସଫଳ ଚାଇନା ଫେଲ

ଟୋକିଓ,୨୪ ।୫: ଟୋକିଓ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ ମହାମାରୀକୁ ଲୋକତାନ୍ତ୍ରୀକ ଭାବେ ସଫଳ ଭାବେ ସାମ୍ନା କରିିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ । ସେ ମହାମାରୀ ସହ ଲଢିବାକୁ ନେଇ ଭାରତର ସଫଳତା ସହ ଚାଇନାର ବିଫଳତାକୁ ତୁଳନା କରିଥିଲେ । ବାଇଡେନ କହିଛନ୍ତି ମୋଦିଙ୍କ ସଫଳତା ସାରା ବିଶ୍ୱକୁ ବାର୍ତ୍ତା ଦେଲା ଯେ ଲୋକତନ୍ତ୍ରରେ ସବୁ ସମ୍ଭବ ।
ଏହାସହ ବାଇଡେନ ଚାଇନା ଓ ରୁଷିଆ ଭଳି ଦେଶକୁ ଟାର୍ଗେଟ କରି କହିଥିଲେ ଯେ, ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ବିଶ୍ୱକୁ ଏମାନେ ଭଲଭାବେ ପରିଚାଳନା କରିପାରିବେ । କାରଣକ ସେମାନଙ୍କ ନେତୃତ୍ୱ ଦୀର୍ଘ ଗଣତାନ୍ତ୍ରିକ ପ୍ରକ୍ରିୟା ବିନା ନିଷ୍ପତ୍ତି ଗ୍ରହଣ କରିପାରନ୍ତି ।
କେବଳ ବାଇଡେନ ନୁହେଁ ଜାପାନ ପ୍ରଧାନମନ୍ତ୍ରୀ ବି ମୋଦିଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ କିଶିଦା କହିଛନ୍ତି, ଭାରତ ନିର୍ମିତ ଭ୍ୟାକ୍ସିନ ଏବେ ଥାଇଲାଣ୍ଡ ଓ କାମ୍ବୋଡିଆକୁ ଦିଆଯାଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ ଡିପ୍ଲୋମାସିର ପ୍ରଶଂସା ସାରା ବିଶ୍ୱ କରୁଛି ବୋଲି ସେ କହିଛନ୍ତି ।

Share