୨୫ ଭାରତୀୟ ଶିକ୍ଷାର୍ଥୀଙ୍କୁ କ୍ୱାଡ ଫେଲୋଶିପ…

ଓ୍ବାଶିଂଟନ,୧୦।୧୨ : ଆମେରିକା ପକ୍ଷରୁ କ୍ୱାଡ ଫେଲୋଶିପ୍‌ ଘୋଷଣା କରାଯାଇଛି। ୨୫ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକାର ୨୫ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଏନେଇ ଚୟନ କରାଯାଇଛି।

ମୋଟ ୧୦୦ଜଣ ଶିକ୍ଷାର୍ଥୀଙ୍କୁ ଏହା ପ୍ରଦାନ କରାଯିବ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜୈକ ସୁଲିଭନ ଏନେଇ ସମ୍ପୃକ୍ତ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଦ୍ୱାରା ଯୁବବର୍ଗ କ୍ୱାଡ ଦେଶର ନିକଟତର ହୋଇ ପାରିବେ ବୋଲି ସେ କହିଛନ୍ତି। ଏହା ଦ୍ୱାରା ନୂତନ ପିଢ଼ିର ଶିକ୍ଷାର୍ଥୀଙ୍କୁ ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗ ମିଳି ପାରିବ।

ଚଳିତ ବର୍ଷ କ୍ୱାଡ ପକ୍ଷରୁ ଏହି ଫୋଲୋଶିପ୍‌ ଘୋଷଣା କରାଯାଇଥିଲା। ପ୍ରତି ସଦସ୍ୟ ରାଷ୍ଟ୍ରର ୨୫ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଏହା ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା।

Share