ଆଫଗାନିସ୍ତାନରେ ପହଞ୍ଚିଲେ କତାର ପ୍ରଧାନମନ୍ତ୍ରୀ, ପଶ୍ଚିମ ଏସିଆ ରାଜନୀତିରେ ହୋଇପାରେ ବଡ ଧରଣର ପରିବର୍ତ୍ତନ

କାବୁଲ,୧୩।୫: କତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନି ଶୁକ୍ରବାର ଆଫଗାନିସ୍ତାନ ଗସ୍ତରେ ଯାଇଛନ୍ତି। କନ୍ଧାରରେ କତାରର ପ୍ରତିନିଧି ମଣ୍ଡଳ ତାଲିବାନର ଶୀର୍ଷ ନେତାଙ୍କ ସହ ସାକ୍ଷାତ୍‌ କରିଛନ୍ତି। କତାର ପ୍ରଧାନମନ୍ତ୍ରୀଙ୍କ ଆଫଗାନିସ୍ତାନ ଗସ୍ତକୁ ନେଇ ବଡ ଧରଣର ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ୨୦୨୦ରେ ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ବାହାରି ଆସିଥିଲା ସେତେବେଳେ ଦୁଇ ଦେଶ ମଧ୍ୟରେ ବଥାବାର୍ତ୍ତା ପାଇଁ କତାର ହିଁ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲା।

କତାରର ପ୍ରଧାନମନ୍ତ୍ରୀ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖଣ୍ଡଙ୍କ ସହ ଆଲୋଚନା କରିବେ। ଦୁଇ ନେତାଙ୍କ ମଧ୍ୟରେ ବୈଠକ ପୂର୍ବରୁ ତାଲିବାନ ମୁଖପାତ୍ର ଜାଇବୁଲ୍ଲା ମୁଜାହିଦ ଟୁଇଟ କରି କହିଛନ୍ତି ଯେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସମ୍ପର୍କକୁ ମଜବୁତ କରିବା ଏବଂ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବୃଦ୍ଧି ଉପରେ ଆଲୋଚନା ହେବ। ଏହା ସହିତ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଆଫଗାନିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହେବ।

Share