Categories: ଜାତୀୟ

କତାର ଏୟାରଓ୍ବେଜରେ ବୋମା ଆତଙ୍କ

କୋଲକାତା,୬।୬: କୋଲକାତାରୁ ଦୋହା ଯାଉଥିବା କତାର ଏୟାରଓ୍ବେଜର ଏକ ବିମାନରେ ଯାତ୍ରୀ ଆତଙ୍କିତ ହୋଇଥିଲେ ଯେତେବେଳେ ଜଣେ ଯାତ୍ରୀ ବିମାନରେ ବୋମା ଥିବା ଦାବି କରିବା ସହ ପାଟି କରିଥିଲେ। ଏହାପରେ ଫ୍ଲାଇଟ କ୍ୟୁଆର ୫୪୧କୁ ଟେକଅପ ପୂର୍ବରୁ ଅଟକାଇ ଦିଆଯାଇଥିଲା।
କତାର ଏୟାରୱେଜ ବିମାନରେ ଥିବା ଜଣେ ଯାତ୍ରୀ ବିମାନ ଭିତରେ ବୋମା ଥିବା ଦାବି କରିବା ସହ ଖୁବଜୋରରେ ପାଟି କରିବା ଆରମ୍ଭ କରିଥିଲେ। କର୍ମଚାରୀମାନେ ତୁରନ୍ତ ଏ ବିଷୟରେ ସିଆଇଏସଏଫକୁ ସୂଚନା ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ଏବଂ ବିଡିଡିଏସକୁ ସୂଚନା ଦିଆଯାଇଛି। ସ୍ନିଫର୍‌ ଡଗ ସାହାଯ୍ୟରେବିଡିଡିଏସ ବିମାନର ଯାଞ୍ଚ କରିଥିଲା।
ପଚରାଉଚରା ବେଳେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ବିମାନ ଭିତରେ ଥିବା ବୋମା ବିଷୟରେ କେହି ତାଙ୍କୁ କହିଥିଲେ। ସୂଚନା ଦେଥିବା ବ୍ୟକ୍ତିଙ୍କ ପିତା ସିଆଇଏସଅଫକୁ କହିଥିଲେ କି ତାଙ୍କ ପୁଅ ମାନସିକ ସମସ୍ୟାରେ ପୀଡିତ ଅଛନ୍ତି। ଏଥିପାଇଁ ସେ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିମାନଟି କୋଲକାତା ବିମାନବନ୍ଦରରେ ଅଛି।

Share