Categories: ଫୁରସତ

ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…

ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର। ଭିଡିଓରେ ସାପଟି କିଭଳି ହରିଣକୁ ଗୁଡ଼ାଇ ବଡ଼ ପାଟି କରି ଗିଳୁଛି ତାହା ଦେଖିବାକୁ ମିଳିଛି।

କିଶନଗଞ୍ଚ ବନାଞ୍ଚଳରେ ଏକ ଅଜଗର ହରିଣ ଶିକାର କରୁଥିଲା। ସେ ତାର ଶରୀରରେ ଗୁଡ଼ାଇ ହୋଇ ଧିରେ ଧିରେ ଗିଳିଥିଲା। ବନବିଭାଗର କର୍ମୀମାନେ ଘଟଣାକୁ ଦେଖିଥିଲେ।

କୁହାଯାଉଛି, ଡ୍ୟୁଟି କରୁଥିବା ବନ ବିଭାଗ ଅଧିକାରୀ ପୁରୁଷୋତ୍ତମ ଶର୍ମା ହରିଣକୁ ଅଜଗର ମାଡ଼ି ବସିଥିବା ଦେଖିଥିଲେ। ସେ ନିଜର ମୋବାଇଲରେ ପୁରା ଘଟଣାକୁ ରେକର୍ଡ କରିଥିଲେ। ଏବେ ଏହା ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓରୁ ସଂଗୃହୀତ ତାର ଫଟୋ:

Share