Categories: ଫୁରସତ

ମାଙ୍କଡ଼କୁ ଏମିତି ଭିଡ଼ି ଧରିଲା ଅଜଗର, ଭିଡିଓ ଦେଖିଲେ…

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ଲୋକେ ପସନ୍ଦ କରିଥାନ୍ତି। କିଛି ଭିଡିଓ ଦେଖିଲେ ମଣିଷର ହୃଦ୍‌ ସ୍ପନ୍ଦନ ବଢ଼ିଯାଇଥାଏ। ଏବେ ସେମିତି ଏକ ଭୟଙ୍କର ଭିିଡିଓ ଭାଇରାଲ ହେଉଛି।

ଭାଇରାଲ ପ୍ରେସ ନାମକ ଏକ ୟୁଟ୍ୟୁବ୍‌ ଚାନେଲରେ ଶେୟାର୍‌ ହୋଇଥିବା ଭିଡିଓରେ ମାଙ୍କଡ଼ପଲଙ୍କ ସାମ୍ନାରେ ଏକ ବିରାଟକାୟ ଅଜଗର ଏକ ମାଙ୍କଡ଼କୁ ଏପରି ଗୁଡ଼ାଇ ଧରିଲା ଯାହା ଦେଖି ମାଙ୍କଡ଼ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଙ୍କଡ଼ମାନେ ତାଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ। ତଥାପି ଅଜଗର ମୁହଁରୁ ମାଙ୍କଡ଼ଟିକୁ ବଞ୍ଚାଇ ପାରି ନ ଥିଲେ। ଶେଷରେ ମାଙ୍କଡ଼ଟି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା।

ଏହି ଭିଡିଓଟି ଥାଇଲାଣ୍ଡର ପ୍ରଚୁଆଓ୍ବ ଖିରି ଖାନର ଏକ ପାର୍ବତ୍ୟ ଅଞ୍ଚଳରେ ଶୁଟିଂ କରାଯାଇଥିଲା ଏବଂ ସୁପାତ୍ରା ପ୍ରଣମିତ ନାମକ ଜଣେ ପର୍ଯ୍ୟଟକ ଏହି ଅଞ୍ଚଳକୁ ବୁଲି ଆସିଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ। ଯେତେବେଳେ ପ୍ରାୟ ୧୦ ଫୁଟ ଲମ୍ବର ଏକ ଅଜଗର ମାଙ୍କଡ଼କୁ ଧରି ମାରିଦେଲା। ସେଠାରେ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share