ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ ସ୍ଥାନୀୟ କିଛି ଲୋକ ଜାଲ ପକାଇଥିଲେ। ତେବେ ଉକ୍ତ ଜାଲରେ ଏକ ବିରାଟକାୟ ଅଜଗର ଫସିଯାଇଥିଲା।

ସ୍ଥାନୀୟ ଲୋକେ ଅଜଗରଟି ଜାଲରେ ଫସିଥିବା ଦେଖି ପୁଲେଶ୍ୱରର ସାପ ଧରାଳିଙ୍କୁ ଖବର ଦେଇଥିଲେ। ଖବର ପାଇ ସାପ ଧରାଳି ଲୋକନାଥ ଜଗଦଳା ଓ ଦେବରାଜ ଜଗଦଳା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଜାଲରେ ଫସିଥିବା ଅଜଗରକୁ ଅତି ସତର୍କତାର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅଜଗରଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily