Categories: ଜାତୀୟ

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଚାମ୍ପିଅନ ଷଷ୍ଠ ସିଡ୍‌ ପିଭି ସିନ୍ଧୁ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟୋକିଓରେ ଚାଇନାର ଅଷ୍ଟମ ସିଡ୍‌ ହେ ବିଙ୍ଗ ଜିଆଓଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ। ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ସିନ୍ଧୁଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପିଭି ସିନ୍ଧୁଙ୍କ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆମେ ସମସ୍ତେ ଉତ୍ସାହିତ। ସେ ହେଉଛନ୍ତି ଭାରତର ଗର୍ବ ଏବଂ ସେ ଉତ୍କୃଷ୍ଟ ଅଲିମ୍ପିଆନଙ୍କ ମଧ୍ୟରୁ ଅନ୍ୟତମ।
ମୁସାହିନୋ ଫରେଷ୍ଟ ସ୍ପୋର୍ଟସ ପ୍ଲାଜାରେ ୫୩ ମିନିଟ ଧରି ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚରେ ବିଶ୍ୱ ନମ୍ବର ୭ ସିନ୍ଧୁ ବିଶ୍ୱର ୯ ନମ୍ବର ବାମହାତୀ ବିଙ୍ଗ ଜିଆଓଙ୍କୁ ୨୧-୧୩, ୨୧-୧୫ରେ ପରାସ୍ତ କରିଛନ୍ତି। ସିନ୍ଧୁ ସେମିଫାଇନାଲରେ ଚାଇନାର ତାଇପେଇର ତାଇ ତୁଜୁ ୟିଙ୍ଗଙ୍କୁ ୧୮-୨୧, ୧୨-୨୧ରେ ହରାଇଥିଲେ। ଏହାପୂର୍ବରୁ ରିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ।

Share