ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା । ଆଉ ଏବେ ସେହି ମହିଳା ୭ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକାଣି ପାଲଟି ଯାଇଛନ୍ତି । ତେବେ ଏହି ଖବରକୁ ପୁତିନଙ୍କ ପ୍ରବକ୍ତା ଖଣ୍ଡନ କରିଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ, ପୁତିନଙ୍କ ସହ ସମ୍ପର୍କ ପରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି । ଏବେ ସେହି କନ୍ୟା ୧୭ ବର୍ଷର ହୋଇଥିବା କୁହାଯାଉଛି । ଏହାକୁ ଦ ମସ୍କୋ ଟାଇମ୍ସରେ ମଧ୍ୟ ପ୍ରକାଶିତ କରାଯାଇଛି । ରିପୋର୍ଟରେ କୁହାଯାଇଛି କି ପୁତିନ ଶ୍ୱେତଲାନା କ୍ରେମୋନୋଗିଖ ନାମକ ଏକ ସଫେଇ କର୍ମୀଙ୍କ ସହ ସମ୍ପର୍କରେ ଥିଲେ । ସେତେବେଳେ ମହିଳା ଜଣକ ରୁଷିଆର ସେଣ୍ଟ ପିଟର୍ସବର୍ଗ ନିକଟରେ ରହୁଥିବା ବେଳେ ଏହା ପୁତିନଙ୍କ ପାଖ ଲୋକଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଉଥିଲା ।ରୁଷିଆ ଗଣମାଧ୍ୟମ ଅନୁଯାୟୀ ୧୭ ବର୍ଷୀୟା ଏଲିଜାବେଟାଙ୍କୁ ୬୮ ବର୍ଷିୟ ପୁତିନଙ୍କ ସିକ୍ରେଟ କନ୍ୟା ବୋଲି କୁହାଯାଏ । ଏକ ଫେସ୍ ରିକଗନିଶନ ଏକ୍ସପର୍ଟଙ୍କ ଅନୁଯାୟୀ ପୁତିନ ଓ ତାଙ୍କ ଝିଅଙ୍କ ଚେହେରା ୭୦ ପ୍ରତିଶତ ମିଶୁଥିବା କୁହାଯାଏ । ହେଲେ ତାଙ୍କ ଝିଅଙ୍କ ଜନ୍ମ ପ୍ରମାଣ ପତ୍ରରେ କେଉଁଠି ପୁତିନଙ୍କ ନାଁ ନ ଥିବା କୁହାଯାଏ । ପ୍ରଥମେ ସଫେଇ କର୍ମୀଭାବେ କାମ କରୁଥିବା ପୁତିନଙ୍କ ଏହି ପ୍ରେମିକା ଏବେ ଏକ କମ୍ପାନୀର ମାଲିକ ହୋଇଥିବା ବେଳେ ବିଭିନ୍ନ ସହରରେ ତାଙ୍କ ନାଁରେ ଘର ରହିଛି । ଉକ୍ତ କମ୍ପାନୀର କିଛି ଶେୟାର ପୁତିନଙ୍କ ସହ ଜଡିତ ରୋଜିୟା ବ୍ୟାଙ୍କରେ ରହିଛି । ଆହୁରି ମଧ୍ୟ ଉକ୍ତ ରିପୋର୍ଟରେ ଦାବି କରାଯାଇଛି କି ପୁତିନ ଯେଉଁ ବିମାନରେ ଯାତ୍ରା କରନ୍ତି ଶ୍ୱେତାଲିନା ବି ସେହି ବିମାନରେ ଯାତ୍ରା କରନ୍ତି । ହେଲେ ଗତଦଶନ୍ଧି ଶେଷ ବେଳକୁ ଏମାନଙ୍କ ସମ୍ପର୍କ ଛିନ୍ନ ହୋଇ ଯାଇଛି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri