ବ୍ରିଟେନ ସଂସଦ ଉପରେ ଆକ୍ରମଣ ପାଇଁ କହିଲେ ପୁଟିନଙ୍କ ବନ୍ଧୁ…

ମସ୍କୋ,୧୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷ ବିତିବାକୁ ଯାଉଛି। ଯୁଦ୍ଧରେ କେତେବେଳେ ରୁଷିଆ ଜୋରଦାର ଆକ୍ରମଣ କରୁଛି ତ ଅନ୍ୟ କେତେବେଳ ୟୂକ୍ରେନ ଆକ୍ରମଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ ୟୁକ୍ରେନ ରୁଷିଆ ସମ୍ମୁଖରେ ସୁଦୃଢ଼ ଭାବେ ଠିଆ ହୋଇ ମୁକାବିଲା ଜାରି ରଖିଛି। ନିକଟରେ ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ବନ୍ଧୁ ବ୍ରିଟେନର ସଂସଦ ଉପରେ ଆକ୍ରମଣ ଦାବି କରି ୟୁକ୍ରେନର ସହାୟକମାନଙ୍କ ବିନାଶ କରିବାକୁ କହିଛନ୍ତି।

ରୁଷିଆର ରାଜ୍ୟ ଗଣମାଧ୍ୟମର ହୋଷ୍ଟ ଏବଂ ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ବନ୍ଧୁ ଭ୍ଲାଦିମିର ସୋଲୋଭିୟୋଭ, ଏକ ଶୋ’ରେ ବ୍ରିଟେନ ସଂସଦ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ଜନସାଧାରଣଙ୍କୁ ପଚରାଯାଇଥିଲା। ତାଙ୍କର ଏହି ଭିଡିଓ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟନ ଗେରେଶେଙ୍କୋଙ୍କ ତରଫରୁ ଇଂରାଜୀ ସବଟାଇଟଲ ସହିତ ଶେୟାର କରାଯାଇଛି।

ଭିଡିଓରେ, ଭ୍ଲାଦିମିର ସୋଲୋଭିଭ ଦର୍ଶକଙ୍କୁ ପଚାରିଛନ୍ତି ଆମେ କ’ଣ ଲଣ୍ଡନକୁ ଟାର୍ଗେଟ କରିପାରିବୁ ନାହିଁ? ଏଥିରେ କ’ଣ ଅସୁବିଧା ଅଛି? ନା-ନା, ମୁଁ କେବଳ ସାମରିକ ଟାର୍ଗେଟ ବିଷୟରେ କହୁନାହିଁ, ସଂସଦକୁ ମଧ୍ୟ ଟାର୍ଗେଟ କରାଯାଇପାରିବ।

ଭିଡିଓରେ ସୋଲୋଭୋଭ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ବିମାନ ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା ରୁଷିଆରେ ଆକ୍ରମଣ ହୋଇପାରିବ। କ୍ରିମିୟାକୁ ରୁଷିଆର ଏକ ଅଂଶ ଭାବରେ ସେମାନେ ବିବେଚନା କରୁ ନାହାନ୍ତିି।
ସେ କହିଛନ୍ତି ଆମ ପାଇଁ ଇଂଲଣ୍ଡ, ଫ୍ରାନ୍ସ କିମ୍ବା ଜର୍ମାନୀ ରହିବ ନାହିଁ। ରୁଷିଆ ସମସ୍ତ କାର୍ଯ୍ୟକୁ ବିରୋଧ କରୁଥିବା ଏସବୁ ନାଜି ଦେଶ ଅଟନ୍ତି। ତେଣୁ ଆମକୁ ଗୁରୁତର ହେବା ଆବଶ୍ୟକ। ସେମାନେ ଭାବନ୍ତି କି ସେମାନଙ୍କର ପଦକ୍ଷେପର କୌଣସି ସୀମା ନାହିଁ। ସେମାନଙ୍କୁ ଦେଖାଇବା ଯେ ଆମର କାର୍ଯ୍ୟର ମଧ୍ୟ ସୀମା ନାହିଁ। ଏବେ ସେମାନଙ୍କ ଉପରେ ଆମେ ଆକ୍ରମଣ କରିବୁ ବୋଲି ସେ କହିଛନ୍ତି।

Share