ପୁଟିନ୍‌ଙ୍କ ଲଜ୍ଜାଜନକ ରେକର୍ଡ, କଟକଣା ଜାରି କରିଥିବା କମ୍ପାନୀ ସଂଖ୍ୟା ୫୫୩୦ ଟପିଲା…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି ହୋଇଛି। ଆର୍ଥିକ କଟକଣା ଜାରି କରିଥିବା କମ୍ପାନୀଗୁଡ଼ିକର ସଂଖ୍ୟା ଅନୁସାରେ ରାଷ୍ଟ୍ରପତି ବ୍‌ଲାଡିମୀର ପୁଟିନ ଏକ ବଡ଼ ଧରଣର ଲଜ୍ଜାଜନକ ରେକର୍ଡ କରିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବିସ୍ତାରବାଦୀ ନୀତି ଆପଣେଇ ଥିବା ରୁଷିଆ ପାଇଁ ଏହା ଲାଭଦାୟକ ନହୋଇ ବ୍ୟାପକ କ୍ଷତି ଘଟାଇଛି।

ଏହି ଯୁଦ୍ଧର ପ୍ରଥମ ଦିନରୁ ପୃଥିବୀର ବହୁ ଦେଶ ଏବଂ ବଡ କମ୍ପାନୀ ରୁଷିଆ ଉପରେ କଟକଣା ଲାଗୁ କରିଛନ୍ତି। ବର୍ତ୍ତମାନ ରୁଷିଆ ଏବଂ ପୁଟିନଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଛି। ସର୍ବାଧିକ ପ୍ରତିବନ୍ଧକ ସହିତ ରୁଷିଆ ଏଭଳି ରାଷ୍ଟ୍ର ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ତାଲିକାରେ ଏବେ ରୁଷିଆ ଇରାନ ଏବଂ ଉତ୍ତର କୋରିଆକୁ ମଧ୍ୟ ପଛରେ ପକାଇ ଦେଇଛି।

ବ୍ଲୁମବର୍ଗ ଏହାର ଏକ ରିପୋର୍ଟରେ କାଷ୍ଟେଲମ ସର୍ଭିସର ତଥ୍ୟ ଅଧାରରେ ଉଲ୍ଲେଖ କରିଛି ଯେ, ଫେବୃଆରୀ ୨୨ଠାରୁ ଇତି ମଧ୍ୟରେ , ରୁଷ ଉପରେ ୨୭୭୮ଟି ନୂତନ କଟକଣା ଲାଗୁ କରାଯାଇଛି। ନଆ କଟକଣା ଘୋଷଣା ପରେ, ଲଗାଯାଇଥିବା ମୋଟ ପ୍ରତିବନ୍ଧକ ସଂଖ୍ୟା ୫୫୩୦ ଟପିଛି। ରୁଷିଆ ଏକ୍ଷେତ୍ରରେ ଇରାନକୁ ପଛରେ ପକାଇ ଦେଇଛି। ଇରାନ ବିରୋଧରେ ଗତ ୧୦ ବର୍ଷ ମଧ୍ୟରେ ୩,୬୧୬  କଟକଣା ଲାଗୁ କରାଯାଇଛି।

Share