ଯୁଦ୍ଧ ହାରିଲେ ପଦଚ୍ୟୁତ ହେବେ ପୁଟିନ୍‌

ମସ୍କୋ, ୧୫ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପରାଜିତ ହେଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦଚ୍ୟୁତ ହେବାକୁ ପଡ଼ିବ ବୋଲି ପୂର୍ବତନ କୂଟନୀତିଜ୍ଞ ବୋରିସ୍‌ ବୋନ୍ଦାରେଭ ଏକ ସାକ୍ଷାତ୍‌କାରରେ ନିଜ ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି ଯେ, ରୁଷିଆ ପରାଜିତ ହେଲେ ପୁଟିନ୍‌ଙ୍କୁ ନିଜ ପଦରୁ ଓହରିବାକୁ ପଡ଼ିବ। ସେ ସୁପର ହିରୋ ନୁହଁନ୍ତି। ସେ ଜଣେ ଶାସକ। ଏ ପ୍ରକାର ପରିସ୍ଥିତିରେ ପୁଟିନ୍‌ଙ୍କ ପରି ଶାସକଙ୍କୁ ପଦଚ୍ୟୁତ କରାଯାଇଥିବା ଅନେକ ଦୃଷ୍ଟାନ୍ତ ରହିଛି। ଯୁଦ୍ଧ ହାରିଲେ ସେ ତାଙ୍କ ସମର୍ଥକଙ୍କ ଆବଶ୍ୟକତା ପୂରଣ କରିପାରିବାକୁ ଅସମର୍ଥ ହେବେ, ଯାହାଫଳରେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟିବାକୁ ପଡ଼ିବ ବୋଲି ବୋରିସ୍‌ ପ୍ରକାଶ କରିଛନ୍ତି। ଗତବର୍ଷ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ବୋରିସ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ।

Share