ପୁଟିନ ମୋ ପାଖକୁ ପଠାଇଛନ୍ତି ୨୦ ବୋତଲ ଭୋଡ୍‌କା, ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ…

ମସ୍କୋ/ରୋମ୍‌,୨୦।୧୦ : ସମ୍ପ୍ରତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସକୋନିଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ବନ୍ଧୁତା କେତେ ଗଭୀର ତାହା କହିବାକୁ ଚେଷ୍ଟା କରୁଛନ୍ତି। ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଏହି ଅଡିଓ ଭାଇରାଲ ହେବା ପରେ ସେ ଏବେ ପ୍ରଶ୍ନ ଘେରରେ ଆସିଛନ୍ତି। ଭାଇରାଲ ଅଡିଓରେ ଜନ୍ମଦିନର ଶୁଭେଚ୍ଛା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଇଟାଲୀର ଲା ପ୍ରେସ ନ୍ୟୁଜ ଏଜେନ୍ସି ଏହି ବିଷୟରେ ଖବର ପ୍ରକାଶ କରିଛି।

ଏହି ଅଡିଓ ଟେପରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ଲସକୋନି ଗର୍ବର ସହ କହୁଛନ୍ତି ଯେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁନର୍ବାର ସମ୍ପର୍କ ସ୍ଥାପନ କରିଛନ୍ତି। ପୁଟିନ ଏନେଇ ଭୋଡ୍‌କା ପଠାଇଥିବାବେଳେ ସେ ରେଡ୍‌ ଓ୍ବାଇନ ପଠାଇଛନ୍ତି। ସେ କହିଛନ୍ତି ଯେ ପୁଟିନ ମୋତେ ଅଭନନ୍ଦନ ଜଣାଇ ୨୦ ବୋତଲ ଭୋଡ୍‌କା ପଠାଇଛନ୍ତି। ଏହାର ପ୍ରତିବଦଳରେ ମୁଁ ତାଙ୍କୁ ୨୦ ବୋତଲ ମହଙ୍ଗା ରେଡ୍‌ ଓ୍ବାଇନ ଲାମବ୍ରସ୍କୋ ପଠାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଲସକୋନିଙ୍କ ୮୬ ତମ ଜନ୍ମଦିନ ଅବସରରେ ଏସବୁ ଘଟିଛି। ଏହି ଖବର ବିଭିନ୍ନ ଖବର କାଗଜରେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା

Share