ନୌସେନା ଦିବସରେ ପୁଟିନଙ୍କ ବଡ଼ ଘୋଷଣା

ମସ୍କୋ,୩୧ା୭: ସେଣ୍ଟ ପିଟର୍ସବର୍ଗରେ ରବିବାର ଆୟୋଜିତ ନୌସେନା ଦିବସରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା କିଛି ମାସ ମଧ୍ୟରେ ରୁଷିଆକୁ ହାଇପରସୋନିକ ଜିରକାନ କ୍ରୁଜ କ୍ଷେପଣାସ୍ତ୍ର ମିଳିବ। ଏକ ନୂତନ ନୌସେନାର ତତ୍ତ୍ୱରେ ଦସ୍ତଖତ କରିଛନ୍ତି। ଯାହା ଆମେରିକାକୁ ରୁଷିଆର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଠିଆ କରିଛି। ରୁଷିଆ ବିଶ୍ୱ ସାମୁଦ୍ରିକ ଲକ୍ଷ୍ୟ ସ୍ଥିର କରିଛି। ରୁଷିଆର ବିଶ୍ୱସ୍ତରୀୟ ସ୍ଥିତି ବଢ଼ାଇବା ପାଇଁ ପୁଟିନ ପିଟରଙ୍କୁ ପ୍ରଶଂସା ବି କରିଥିଲେ। ପୁଟିନ ତାଙ୍କ ଅଭିଭାଷଣରେ କହିଥିଲେ, ରୁଷିଆର କୌଣସି ସମ୍ଭାବ୍ୟ ଆକ୍ରମଣକାରୀଙ୍କୁ ପରାସ୍ତ କରିବା ପାଇଁ ସାମରିକ କ୍ଲଟ୍‌ ଅଛି।

ସେ ଏକ ୫୫ ପୃଷ୍ଠାର ନୌବାହିନୀ ସିଦ୍ଧାନ୍ତରେ ଦସ୍ତଖତ କରିଥିଲେ, ଯାହା ରୁଷିଆ ନୌସେନାର ବ୍ୟାପକ ରଣନୀତିକ ଲକ୍ଷ୍ୟ ସ୍ଥିର କରିଛି। ପୁଟିନ କହିଛନ୍ତି, ଏହି ବିତରଣ କିଛି ମାସ ମଧ୍ୟରେ ଆରମ୍ଭ ହେବ। ଏହା ଦ୍ୱାରା ରୁଷିଆ ନୌସେନାର ଶକ୍ତି ବୃଦ୍ଧି ହେବ।

Share