୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା

ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଫର୍‌ ଘୋଷଣା କରିଛନ୍ତି। ୧୦ କିମ୍ବା ଅଧିକ ସନ୍ତାନ ଜନ୍ମ କଲେ ମହିଳାମାନଙ୍କୁ ୧୩,୫୦୦ ପାଉଣ୍ଡ ଅର୍ଥ ରାଶି ଯୋଗାଇ ଦିଆଯିବ। ରୁଷିଆର ରାଜନୀତି ତଥା ସୁରକ୍ଷା ବିଶେଷଜ୍ଞ ଡା. ଜେନି ମମେଥର୍ସ ଏନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ କାରଣରୁ ରୁଷିଆରେ ଅନେକ ଲୋକ ପ୍ରାଣ ହରାଇଥିଲେ। ସେହିପରି ୟୁକ୍ରେନ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି। ତେଣୁ ଏହି କ୍ଷତିର ଭରଣା ପାଇଁ ରୁଷ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ମଦର୍‌ ହିରୋଇନ’ ରଖାଯାଇଛି। ଏହି ଯୋଜନା ଅନୁଯାୟୀ ମହିଳାମାନଙ୍କୁ ୧୦ ସନ୍ତାନ ଜନ୍ମଦେଲେ ୧୩,୫୦୦ ପାଉଣ୍ଡ ଅର୍ଥରାଶି ପ୍ରଦାନ କରାଯିବ। ଏହି ଅର୍ଥରାଶି ମହିଳାଙ୍କ ଦଶମ ସନ୍ତାନର ପ୍ରଥମ ଜନ୍ମଦିବସରେ ଦିଆଯିବ। ଅବଶ୍ୟ ଏହି ଯୋଜନାରେ ଏକ ସର୍ତ୍ତ ହେଉଛି, ମହିଳା ଜନ୍ମ ଦେଇଥିବା ସନ୍ତାନ ସବୁ ଜୀବିତ ରହିବା ଆବଶ୍ୟକ।

Share