କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା ସମ୍ଭବ ନ ହେବା ପରି ଲାଗୁଛି। ପୁଟିନ୍‌ଙ୍କୁ କର୍କଟ ହୋଇଛି। ଆସନ୍ତା ବର୍ଷ ଆରମ୍ଭରୁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି ବୋଲି ରାଜନୈକତି ବିଶ୍ଲେଷକ ବୈରଲୀ ସୋଲୋଓ୍ବି ଦାବି କରିଛନ୍ତି। ପୁଟିନ୍‌ଙ୍କୁ ତାଙ୍କ ସ୍ବାସ୍ଥ୍ୟ ସାଥି ଦେଉ ନ ଥିବା ସେ କହିଛନ୍ତି। ପୁଟିନ୍‌ଙ୍କଠାରେ ପାର୍କିସନ୍ସ୍‌ ସମସ୍ୟା ଦେଖାଦେଇଥିବା ବୈରଲୀ ପୂର୍ବରୁ ଦାବି କରିଥିଲେ। ଏବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଟିନ୍‌ଙ୍କର ଅପରେଶନ୍‌ ଚଳିତ ବର୍ଷ ଫେବୃୟାରୀରେ ହୋଇଥିବାନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା। ପୁଟିନ୍‌ଙ୍କ ଦେଶର ପରବର୍ତ୍ତୀ ରାଷ୍ଟ୍ରକିଏ ହେବ ସେ ନେଇ ମଧ୍ୟ ବୈରଲୀ ମତାମତ ଦେଇଛନ୍ତି। ରାଷ୍ଟ୍ରପତି ଦୌଡ଼ରେ ଆଗରେ ପୁଟିନ୍‌ଙ୍କ ଝିଅ କ୍ୟାଟିରିନା ରହିଥିବା ସେ କହିଛନ୍ତି। ଏହା ସହିତ ଦୌଡ଼ରେ ଦିମିତ୍ରି ମେଦଓ୍ବେଦେଭ ଏବଂ ଦିମିତ୍ରି ପତୁଶେଭ୍‌ ମଧ୍ୟ ରହିଥିବା ସେ କହିଛନ୍ତି।

Share