ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି ପୁଟିନ: ଆମେରିକା ସମୀକ୍ଷକଙ୍କ ମତ…

ଓ୍ବାଶିଂଟନ,୧।୧୦ : ଆମେରିକାର ସମୀକ୍ଷକମାନଙ୍କ ମଧ୍ୟରେ ଏକ ସାଧାରଣ ମତ ପ୍ରକାଶ ପାଇଛି ଯେ ୟୁକ୍ରେନର ଚାରିଟି ଅଞ୍ଚଳକୁ ରୁଷିଆରେ ଯୋଡିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ପରେ ଚାଲିଥିବା ଯୁଦ୍ଧରେ ଶାନ୍ତିପୂର୍ଣ୍ଣ ସମାଧାନ ହେବାର ସମ୍ଭାବନା ସମାପ୍ତ ହୋଇଛି। ପୁଟିନ ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି।

ଆମେରିକାର ଗଣମାଧ୍ୟମ ଏହାକୁ ରୁଷିଆର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ଉତ୍ତେଜନା ସୃଷ୍ଟିକାରୀପଦକ୍ଷେପ ବୋଲି କହିଛି। ପୁଟିନ ଶୁକ୍ରବାର ରୁଷିଆରେ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଜିୟା ଅଞ୍ଚଳକୁ ମିଶ୍ରଣ କରିବାକୁ ଏକ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏହାପୂର୍ବରୁ,ରୁଷିଆର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ଜନମତ ସଂଗ୍ରହରେ ୯୯ ପ୍ରତିଶତରୁ ଅଧିକ ଲୋକ ରୁଷିଆ ସପକ୍ଷରେ ନିଜର ମତ ରଖିଥିଲେ। ପାଶ୍ଚାତ୍ୟ ଗଣମାଧ୍ୟମ ଏହି ଉପନିର୍ବାଚନକୁ ନକଲି’ବୋଲି କହିଛି। ବନ୍ଧୁକ ମୂନରେ ଏହା କରାଯାଇଥିବା ଗଣମାଧ୍ୟମ କହିଛନ୍ତି।

ଏହି ପଦକ୍ଷେପ ପରେ ପୁଟିନ ୟୁକ୍ରେନକୁ ଆଲୋଚନା ପାଇଁ ଆଗକୁ ଆସିବାକୁ କହିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ରୁଷିଆ ସହିତ ଏହି ଚାରୋଟି ଅଞ୍ଚଳର ମିଶ୍ରଣ ଚୂଡାନ୍ତ। ରୁଷିଆ ବର୍ତ୍ତମାନ ସେହି ଅଞ୍ଚଳଗୁଡିକର ସୁରକ୍ଷା ପାଇଁ ଯେକୌଣସି ଉପାୟ ଅବଲମ୍ବନ କରି ପାରିବ। ପୁଟିନ ଏହା ମଧ୍ୟ ଦାବି କରଥିଲେ ଯେ ଐତିହାସିକ ଭାବରେ ଏହି ଅଞ୍ଚଳ ରୁଷିଆର ଅଂଶ ଅଟେ।

ଆମେରିକାର ଥିଙ୍କ ଟ୍ୟାଙ୍କ କାର୍ନେଜି କେନ୍ଦ୍ର ସହ ଜଡିତ ଜଣେ ବିଶେଷଜ୍ଞ ଆଲେକ୍ସଜାଣ୍ଡାର୍‌ ଗାବୁଏଭ କହିଛନ୍ତି ଯେ ସେହି ଅଞ୍ଚଳଗୁଡିକୁ ମିଶ୍ରଣ କରିବାର ପଦକ୍ଷେପ ନେଇ ପୁଟିନ ଭିତ୍ତିହୀନ ଆଶା ଯୋଡିଛନ୍ତି ଯେ ଏହା ସେ ଆଣବିକ ଅସ୍ତ୍ରର ଧମକ ଦେଇ ଆମେରିକା ଉପରେ ଚାପ ପକାଇବାରେ ସଫଳ ହେବେ।

Share