ପୁଟିନ୍‌ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥାର ଦାବି !…

ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥା ଏମ୍‌ଆଇ-୧୬ର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଅଧିକାରୀମାନେ କହିଛନ୍ତି, ପୁଟିନ ରହସ୍ୟରେ ପରିପୂର୍ଣ୍ଣ ଜୀବନ ବିତାଉଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ, ସ୍ବାସ୍ଥ୍ୟ ଏବଂ ରଣନୀତି ବିଷୟରେ କେବଳ ଅଳ୍ପ ଲୋକ ଜାଣନ୍ତି। ବ୍ରିଟିଶ ଗୁପ୍ତଚର ଏଜେନ୍ସିର ମୁଖ୍ୟମାନେ ପୁଟିନଙ୍କ ବିଷୟରେ ଏଭଳି ଦାବି କରିବା lନେଇ ଅନ୍ତଜାର୍ତୀୟସ୍ତରରେ ସଭିଏଁ ଚକିତ ହୋଇ ଯାଇଛନ୍ତି। ରିପୋର୍ଟରେ ଅଧିକାରୀମାନେ କହିଛନ୍ତି ଯେ ପୁଟିନଙ୍କର ବୋଧହୁଏ ମୃତ୍ୟୁ ହୋଇ ସାରିଛି।

ବ୍ରିଟିଶ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ ପୁଟିନଙ୍କ ସହଯୋଗୀଙ୍କୁ ତାଙ୍କ ମୃତ୍ୟୁର ରହସ୍ୟକୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଦୁନିଆଠାରୁ ଲୁଚାଇବାକୁ ପଡ଼ିବ। ଏକ ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ ପୁଟିନ ଜନସାଧାରଣଙ୍କ ନିକଟରେ ଉପସ୍ଥିତ ଥିବାର ଭିଡ଼ିଓ ହୁଏତ ପୂର୍ବରୁ ରେକର୍ଡ କରାଯାଇଛି। ଏନେଇ ଡେଲିଷ୍ଟାର ରିପୋର୍ଟ କରିଛି ଯେ, ସେ ବୋଧହୁଏ ମୃତ ଏବଂ ଜଣେ ସମାନ ଚେହେରାର ଲୋକ ତାଙ୍କ ସ୍ଥାନ ନେଇଛନ୍ତି।

ଡେଲିଷ୍ଟାରକୁ କେତେକ ଅଜଣା ସୂତ୍ରରୁ ସୂଚନା ମିଳିଛି ଯେ ପୁଟିନ ଅତ୍ୟଧିକ ଅସୁସ୍ଥ ଏବଂ ଯଦି ସେ ମରିଯାଆନ୍ତି ତେବେ ଏହାକୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଗୁପ୍ତ ରଖାଯିବ। ପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବାର ସମ୍ଭାବନା ଅଛି। ଏହାର ସତ୍ୟ ଜାଣିବା ଅସମ୍ଭବ। ପୁଟିନ ଅସୁସ୍ଥ ଥିବାବେଳେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି କ୍ଷମତାରେ ରହିଥିବାର ଆଶଙ୍କା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ପୁଟିନ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱସ୍ତ ଥିବା ବରିଷ୍ଠ ଅଧିକାରୀଙ୍କ ଏକ ଛୋଟ ଗୋଷ୍ଠୀ ସହିତ ରହିଛନ୍ତି।

ତାଙ୍କ ଘନିଷ୍ଠ ବନ୍ଧୁଙ୍କର ସବୁଠାରୁ ବଡ ଭୟ ହେଉଛି ପୁଟିନଙ୍କ ମୃତ୍ୟୁ ଖବର ପ୍ରଚାର ମାତ୍ରେ ରୁଷିଆରେ କ୍ଷମତା ଯୁଦ୍ଧ ହେବାର ଆଶଙ୍କା ରହିଛି। ତେଣୁ ପୁଟିନଙ୍କୁ ଜୀବନ୍ତ କହିବା ସେମାନଙ୍କ ଭଲ। ପ୍ରାୟ ଦୁଇ ସପ୍ତାହ ପୂର୍ବେ, ରୁଷିଆର ବିଲିୟନେୟାର ବ୍ୟବସାୟୀ ତଥା ଜଣେ ବିଶ୍ୱାସୀ ବ୍ୟକ୍ତି ପୁଟିନ ରକ୍ତ କର୍କଟ ହୋଇ ଥିବା ଏବଂ ସେ ଅତ୍ୟଧିକ ଅସୁସ୍ଥ ଥିବା କହିଥିଲେ। କେବଳ ଏତିକି ନୁହେଁ, ୟୁକ୍ରେନ ଆକ୍ରମଣ ପୂର୍ବରୁ ସେ ଅସ୍ତ୍ରୋପଚାର କରିଛନ୍ତି ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri