ହିଟଲର-ସଦ୍ଦାମ ହୁସେନଙ୍କୁ ଅନୁସରଣ କରୁଛନ୍ତି ପୁଟିନ୍‌, ଖାଦ୍ୟରେ ଜହର ଅଛି କି ନାହିଁ ହେଉଛି ଯାଞ୍ଚ୍‌…

ମସ୍କୋ, ୨୨।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷୀୟ ସୈନିକଙ୍କୁ ବଳି ପକାଇ ଦେଇଛନ୍ତି। ପୁଟିନ ନିଜେ ଆଗ ଧାଡ଼ିରେ ଅପେକ୍ଷା ତାଙ୍କ ବିଶ୍ୱସ୍ତ ସାଥୀ ଏବଂ ପରାମର୍ଶଦାତାମାନଙ୍କଠାରୁ ଦୂରଇ ଯାଇ ଅଣ୍ଡରଗ୍ରାଉଣ୍ଡରେ ବଙ୍କର ଭିତରେ ରହୁଛନ୍ତି।

ଏବେ ସେ କାହାକୁ ବିଶ୍ୱାସ କରୁ ନାହାନ୍ତି। ଅଜଣା ସ୍ଥାନରେ ଦିନ ବିତାଉଥିବା ପୁଟିନ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହୁଛନ୍ତି ଯେ ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଟାର୍ଗେଟ କରିପାରନ୍ତି। ସେ ଭୟ କରୁଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ଯୋଗୁ ତାଙ୍କୁ ଏକଦା ସମର୍ଥନ କରୁଥିବା ଲୋକେମାନେ ତାଙ୍କ ଉପରେ ବିଶ୍ୱାସ ହରାଇଛନ୍ତି।

ଦି ସନ ସମ୍ବାଦ ଅନୁଯାୟୀ, ପୁଟିନଙ୍କ ମନରେ ଏବେ ଚିନ୍ତା ଘାରୁଛି ଯେ, ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି। ଯେଉଁଥିପାଇଁ ସେ ପ୍ରାୟତଃ ଏକାକୀ ରହିବା ଆରମ୍ଭ କରି ଦେଇଛନ୍ତି। କେବଳରୁଷିଆର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିଯୁକ୍ତ ଅଙ୍ଗରକ୍ଷୀଙ୍କୁ ପୁଟିନଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯାଇଛି। ପୁଟିନ ଖାଇବା ପୂର୍ବରୁ ତାଙ୍କ ଖାଦ୍ୟର ସ୍ବାଦ ଏବଂ ଏହା ସୁରକ୍ଷିତ କି ନୁହେଁ ତାହା ଜାଣିବା ପାଇଁ ଏକ ଦଳ ମଧ୍ୟ ନିଯୁକ୍ତ କରାଯାଇଛି। ଖାଦ୍ୟରେ ଜହର ଅଛି କି ନାହିଁ ତାହା ଜାଣିବା ଲାଗି ଏଭଳି କରାଯାଉଛି। ଏହିଭଳି ଏକ ଦଳ ପୂର୍ବରୁ ଇରାକର ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଖାଦ୍ୟ ଯାଞ୍ଚ କରୁଥିଲେ।

ଚର୍ମକୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିବା ପାଇଁ ପୁଟିନ ସ୍ବତନ୍ତ୍ର ଗ୍ଲୋଭସ ଅର୍ଡର ଦେଇଛନ୍ତି ବୋଲି ମଧ୍ୟ ଗୁଜବ ଉଠୁଛି। ବିଷାକ୍ତ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ନ ଆସିବା ପାଇଁ ପୁଟିନ, ପ୍ରତିଦିନ ବହୁ ଥର ଜଳ ପରୀକ୍ଷା କରୁଛନ୍ତି। ଖବର ଅନୁଯାୟୀ ପୁଟିନ ହିଟଲରଙ୍କ ଭଳି ଗୁଣ ଦେଖାଉଛନ୍ତି। ଅତୀତରେ ହିଟଲରଙ୍କ ଯୁଦ୍ଧ ନୀତି ତଥା ସ୍ବାସ୍ଥ୍ୟର ଅବନତି ଆଦି ବହୁକ୍ଷେତ୍ରରେ ହିଟଲରଙ୍କ ସହିତ ପୁଟିନ୍‌ଙ୍କର ବହୁ ସମାନତା ଦେଖାଯାଉଛି।

ପୁଟିନ୍‌ ତାଙ୍କ ବରିଷ୍ଠ ମନ୍ତ୍ରୀ, ପରାମର୍ଶଦାତା ଏବଂ ସହାୟକମାନଙ୍କ ସହ କିଛି ମାସ ଧରି ସାକ୍ଷାତ କରିନାହାଁନ୍ତି। ସେ ବର୍ତ୍ତମାନ କେବଳ ଭିଡିଓ କନଫରେନ୍ସିଂରେ ଉପରେ ସଭା କରୁଛନ୍ତି।

ୟୁନିଭରସିଟି କଲେଜ ଲଣ୍ଡନ ସ୍କୁଲ ଅଫ ସ୍ଲାଭୋନିକ ଏବଂ ଇଷ୍ଟ ୟୁରୋପୀୟ ଷ୍ଟଡିଜର ପ୍ରଫେସର ଗେଲୋଟି କହିଛନ୍ତି ଯେ ପୁଟିନ୍‌ କିଛି ଶୁଣିବାକୁ ଚାହୁଁନାହାଁନ୍ତି। ସେ କହିଥିଲେ ଯେ ସେ ଜଣେ ସାମରିକ ମାଷ୍ଟରମାଇଣ୍ଡ ଅପେକ୍ଷା ଜଣେ ସାମରିକ ପ୍ରଶଂସକ। ହିଟଲରଙ୍କ ପରି ପୁଟିନଙ୍କୁ ମଧ୍ୟ ଯୁଦ୍ଧର ବାସ୍ତବତା ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ପ୍ରାୟ ୭୦ ବର୍ଷିୟ ପୁଟିନଙ୍କ ସ୍ବାସ୍ଥ୍ୟ ଅବନତି ନେଇ ଚର୍ଚ୍ଚା ହେଉଛି। ଯାହା ଆଧାରରେ ବର୍ତ୍ତମାନ ସେ କ୍ଷମତାକୁ ହରାଉଛନ୍ତି ବୋଲି ମଧ୍ୟ ଦାବି ହେଉଛି ବୋଲି ଗଲୋଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri