ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୩ା୬: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେଦନା ଜଣାଇଛନ୍ତି।

ସେ ମେସେଜରେ କହିଛନ୍ତି, ଯେଉଁମାନେ ଏହି ଦୁଃଖଦ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରୁଛି।

Share