ପୁଟିନ୍‌ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର ୟାର୍ସ, ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ…

ମସ୍କୋ/ଓ୍ବାଶିଂଟନ, ୭।୭ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପାପକ୍ଷରେ ଫିନଲାଣ୍ଡ ଏବଂ ସ୍ବିଡେନକୁ ନେଇ ନାଟୋରେ ଚାଲିଥିବା ପ୍ରସଙ୍ଗ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଆମେରିକା, ୟୁରୋପୀୟ ଦେଶ ସମେତ ପୃଥିବୀର ସମସ୍ତ ଦେଶକୁ ନିଜର କ୍ଷମତା ପ୍ରଦର୍ଶନ କରାଇଛନ୍ତି। ରୁଷିଆ ସେନା ସାଇବେରିଆ ଜଙ୍ଗଲରେ ୟାର୍ସ ନାମକ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ର ସହିତ ଯୁଦ୍ଧ ଅଭ୍ୟାସ କରିଛି। ଏହା ଏପରି ସାଂଘାତିକ କ୍ଷେପଣାସ୍ତ୍ର ଯାହା ସହଜରେ ବ୍ରିଟେନକୁ ମଧ୍ୟ ଟାର୍ଗେଟ କରିପାରିବ।

ଏହାର ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ ରହିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୨ ହଜାର କିଲୋମିଟର ବୋଲି କୁହାଯାଉଛି। ଯଦି ଆମେରିକାକୁ ଟାର୍ଗେଟ କରି ଏହା ନିକ୍ଷେପ କରାଯାଏ, ତେବେ ସେଠାରେ ମଧ୍ୟ ଏହା ବିନାଶ ରଚିବ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ସାମରିକ ଅଭ୍ୟାସରେ ପ୍ରାୟ ୧୦୦ ଟି ଅସ୍ତ୍ରଶସ୍ତ୍ର ଅଂଶଗ୍ରହଣ କରୁଛନ୍ତି। ରୁଷିଆର ଷ୍ଟ୍ରାଟେଜିକ ମିଜାଇଲ ଫୋର୍ସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ୟାର୍ସ ରୋଡ ମୋବାଇଲ କ୍ଷେପଣାସ୍ତ୍ର ଅଭ୍ୟାସ କରିଥିଲା। ଏହି ସମୟରେ, ରୁଷିଆର ସୈନିକମାନେ କ୍ଷେପଣାସ୍ତ୍ର ସହିତ ଜଙ୍ଗଲ ଭିତରେ ଲୁଚି ରହି ନିଜର ଯୁଦ୍ଧ ଦକ୍ଷତା ଅଭ୍ୟାସ କରିଥିଲେ।

ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share