ଯୁଦ୍ଧରେ ଆମେରିକା ଯୋଗଦେଲେ ଆଣବିକ ଶକ୍ତି ବ୍ୟବହାର କରିପାରନ୍ତି ପୁଟିନ୍‌ , ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା…

ମସ୍କୋ/କ୍ୱିଭ୍‌, ୨୬।୨ : ୟୁକ୍ରେନ ଉପରେ ଆକ୍ରମଣର ତୃତୀୟ ଦିନ ବିତିଛି। ରୁଷିଆ ଦାବି କରିଛି ଯେ ଆକ୍ରମଣରେ ୟୁକ୍ରେନର ୮୦୦ ସାମରିକ ଶିବିର ଧ୍ୱଂସ ହୋଇଛି। ସେଥିମଧ୍ୟରେ ୧୪ ଟି ସାମରିକ ଏୟାରଫିଲ୍ଡ, ୧୯ ଟି କମାଣ୍ଡ ପୋଷ୍ଟ, ୧୪ ଟି ଏସ୍‌-୩୦୦ ଆଣ୍ଟି-ଏୟାରକ୍ରାଫ୍ଟ ମିଜାଇଲ ସିଷ୍ଟମ ଏବଂ ୪୮ ଟି ରାଡାର ଷ୍ଟେଶନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ୟୁକ୍ରେନ ନୌସେନାର ୮ଟି ଜାହାଜ ମଧ୍ୟ ନଷ୍ଟ ହୋଇଯାଇଛି।

ନ୍ୟୁୟର୍କ ଟାଇମ୍ସର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନର ସାମୁଦ୍ରିକ ସୀମାରେ ଜାପାନର ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଜାହାଜର ଏକ ଅଂଶରେ ନିଆଁ ଲାଗିଯାଇଛି। ଜାହାଜର ବହୁତ କ୍ଷତି ହୋଇଛି। ମରାମତି ପାଇଁ ଏହି ଜାହାଜର ତୁର୍କୀକୁ ଅଣାଯାଉଛି। ଏକ ବିପଜ୍ଜନକ ଅବସ୍ଥାରେ ଯୁଦ୍ଧ ପହଞ୍ଚିଥିବା ନ୍ୟୁୟର୍କ ଟାଇମ୍ସ କହିଛି।

ନ୍ୟୁଜ ଏଜେନ୍ସି ଏପି ଦାବି କରିଛି ଯେ ଯଦି ଆମେରିକା ଏବଂ ନାଟୋ ଯୁଦ୍ଧରେ ସିଧାସଳଖ ଅଂଶଗ୍ରହଣ କରନ୍ତି, ତେବେ ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆଣବିକ ଶକ୍ତି ବ୍ୟବହାର କରିପାରନ୍ତି। ମେଲିଟୋପୋଲ ସହରକୁ ରୁଷିଆ ମଧ୍ୟ କବଜା କରିଛି।

ଯୁଦ୍ଧରେ ୩୫୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଟ୍ୟାଙ୍କ, ୧୪ ବିମାନ ଏବଂ ୮ ହେଲିକପ୍ଟର ଧ୍ୱଂସ ହୋଇଥିବା ୟୁକ୍ରେନ ଦାବି କରିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି, ବ୍ରିଟେନ ଏବଂ ଆମେରିକା ସମେତ ମୋଟ ୨୮ ଟି ଦେଶ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରୁଷିଆର ମୁକାବିଲା ପାଇଁ ସେମାନେ ଆମକୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ସେମାନେ ଯୋଗାଇ ଦେବେ।

Share