ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ। ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରିବା ପରେ ଏହାକୁ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ପରେ ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅର୍ନ ଭୋଗ ଲାଗି କରନ୍ତୁ। ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇ ନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ।

Share