ହ୍ୟାଣ୍ଡବ୍ୟାଗ୍‌ରେ ରଖନ୍ତୁ

ଷ୍ଟାଇଲିଶ୍‌ ଦେଖାଯିବା ସହ ଜରୁରୀ ଜିନିଷ ରଖିବା ପାଇଁ ମହିଳାମାନେ ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିଥାନ୍ତି। ଏଥିରେ ବହୁ କିଛି ଜିନିଷ ରଖି ଓଜନିଆ କରିବା ବଦଳରେ କ’ଣ ସବୁ ରଖିବେ ଜାଣିରଖନ୍ତୁ…

ଅଧିକ ସମୟ ପାଇଁ ବାହାରକୁ ଯିବାର ଥିଲେ ହ୍ୟାଣ୍ଡବ୍ୟାଗ୍‌ରେ ସନ୍‌ସ୍କ୍ରିନ୍‌ ଲୋସନ କିମ୍ବା କମ୍ପାକ୍ଟ ପାଉଡର ନିଶ୍ଚିତ ରଖନ୍ତୁ। ଖରାରେ ବାହାରକୁ ଯିବା ପୂର୍ବରୁ ସଙ୍ଗେ ସଙ୍ଗେ ସନ୍‌ସ୍କ୍ରିନ୍‌ ଲୋସନ ଲଗାଇପାରିବେ।
ନିଜର ସ୍ବଚ୍ଛତା ପାଇଁ ପର୍ସ ଭିତରେ ୱାଇପ୍ସ ରଖନ୍ତୁ। ତେଣୁ ଆବଶ୍ୟକ ସମୟରେ ଆପଣ ନିଜ ମୁହଁକୁ ସଫାକରି ଫ୍ରେଶ୍‌ ଅନୁଭବ କରିପାରିବେ। ଏହା ବ୍ୟତୀତ କେଶକୁ ଫ୍ରେଶ୍‌ ରଖିବା ପାଇଁ ଆପଣ ଡ୍ରାଏ ଶାମ୍ପୁ ବି ବ୍ୟାଗ୍‌ରେ ରଖିପାରିବେ।
ଯଦି ଅଫିସ ଯାଉଛନ୍ତି ତେବେ ହ୍ୟାଣ୍ଡବ୍ୟାଗ୍‌ ଭିତରେ ଛୋଟ ପରଫ୍ୟୁମ ରଖନ୍ତୁ। ଫଳରେ ଅଫିସରେ କାମ ଶେଷ ବେଳକୁ ଆପଣ ମିଟିଂ କିମ୍ବା ଅନ୍ୟ କିଛି କାମରେ ଅଫିସରେ ବେଶି ସମୟ ରହିଲେ ପରଫ୍ୟୁମ୍‌ ବ୍ୟବହାରକରି ଫ୍ରେଶ୍‌ ଅନୁଭବ କରିପାରିବେ। ଖରାଦିନେ ବି ଏହା ବହୁ ଦରକାର ହୋଇଥାଏ।
ମେକ୍‌ଅପ୍‌କୁ ସେଟ୍‌କରି ରଖିବା ପାଇଁ ଚାହୁଁଥିଲେ ହ୍ୟାଣ୍ଡବ୍ୟାଗ୍‌ରେ ବ୍ଲଟିଂ ପେପର ରଖନ୍ତୁ। ତ୍ୱଚା ତୈଳାକ୍ତ ହୋଇଗଲେ ଏଥିରେ ଆପଣ ପୋଛି ସୁନ୍ଦର ଦେଖାଯାଇପାରିବେ। ବିନା ମେକ୍‌ଅପ୍‌ରେ ମଧ୍ୟ ଏହାକୁ ବ୍ୟବହାର କରିହେବ।
ହ୍ୟାଣ୍ଡବ୍ୟାଗ୍‌ରେ ଲିପ୍‌ଷ୍ଟିକ୍‌ ନିଶ୍ଚୟ ରଖନ୍ତୁ। ଫଳରେ ଓଠ ସହିତ ଗାଲ ଓ ଆଖି ଉପରେ ଏହାକୁ ଲଗାଇ ମେକ୍‌ଅପ୍‌ ଲୁକ୍‌ ଦେଇପାରିବେ। ଏହା ବ୍ୟତୀତ ଏକ ଛୋଟ ଲିପ୍‌ଷ୍ଟିକ୍‌ ମଧ୍ୟ ବ୍ୟାଗ୍‌ରେ ରଖନ୍ତୁ।
ଏହା ସହିତ ସାନିଟାଇଜର, ଲୋସନ କିମ୍ବା ସାନିଟାରି ପ୍ୟାଡ୍‌ ଆଦି ରଖନ୍ତୁ।