‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରୁଷିଆ ଯୁବତୀ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି କିଛି ଫିଲ୍ମ ଗୀତରୁ ହୁକ୍‌ ଷ୍ଟେପ ସହିତ ଜଡ଼ିତ ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ସେମାନେ ଏଥିରେ ନିଜେ ରିଲ୍‌ କରିଥାନ୍ତି। ଫିଲ୍ମ ‘ପୁଷ୍ପା ଦ ରାଇଜ’ରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଏକ ଗୀତ ‘ସାମି ସାମି’ ରେକର୍ଡ କରିଥିଲା। ଏହି ଗୀତରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି, ଯାହା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହା ଏବେ ଭାରତରେ ନୁହେଁ, ବିଦେଶରେ ଦେଖିବାକୁ ମିଳିଛି।

ରୁଷିଆ ଯୁବତୀମାନେ ଏହି ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ନୃତ୍ୟ ଶୈଳୀ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଯୁବତୀମାନେ ମସ୍କୋର ରେଡ୍‌ ସ୍କୋୟାରରେ ଥିବା ଐତିହାସିକ ସଂଗ୍ରହାଳୟ ସାମ୍ନାରେ ସାମି-ସାମି ଗୀତରେ ନାଚୁଛନ୍ତି।

ଏହି ରିଲ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ nataliaodegova ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓ ଶେୟାର କରି କ୍ୟାପଶନରେ ଲେଖାଯାଇଛି,‘# ସାମିସାମି ଡ୍ୟାନ୍ସିଂ ଉଇଥ୍‌ ମାଇ ଗର୍ଲସ’। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧୫୦୦ରୁ ଅଧିକ ୟୁଜର ଲାଇକ୍‌ କରିଛନ୍ତି। ୟୁଜରମାନେ ଏହି ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରିଥିବା କମେଣ୍ଟରେ ଲେଖିଛନ୍ତି।

Share