ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ପୁଷ୍ପା,ଏବେଠୁ ବଢିଲାଣି କ୍ରେଜ୍‌

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ ଡିସେମ୍ବର ୧୭ ରେ ଥିଏଟର ରିଲିଜ ହେବା ପରଠୁ ଏହାକୁ ଦେଖିବାକୁ ପ୍ରସଂଶକଙ୍କ ଭିଡ ଲାଗିଛି। ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଦର୍ଶକ। ଏହି ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟି ଅତିକ୍ରମ କରିସାରିଛି। ତେବେ ଏହି ଫିଲ୍ମଟି ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି। ଜାନୁୟାରୀ ୭ରୁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ଆରମ୍ଭ କରିବ। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଛି। ତେବେ ଫିଲ୍ମ ନିର୍ଦ୍ଦେଶକ ସୁକୁମାର କହିଛନ୍ତି, ପ୍ରଥମେ ମୁଁ ପ୍ରଶଂସକ ଏବଂ ଦର୍ଶକଙ୍କୁ ସେମାନଙ୍କ ପ୍ରେମ ଏବଂ ପ୍ରଶଂସା ପାଇଁ ଗଭୀର କୃତଜ୍ଞତା ଜଣାଉଛି। ଏହି ଫିଲ୍ମରେ ଆଲୁ ଏବଂ ରଶ୍ମିକାଙ୍କ ବ୍ୟତିତ ଜଗପତି ବାବୁ, ପ୍ରକାଶ ରାଜ, ଧନଞ୍ଜୟ, ଅନାସୁୟା ଭରଦ୍ୱାଜ, ହରିଶ ଉଥମାନ ଏବଂ ଭେନେଲା କିଶୋର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

 

 

Share