ଖୁବ୍‌ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ର ଶୁଟିଂ

ସାଉଥ୍‌ ଅଭିନେତା ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ସୁପରହିଟ ହେବା ପରେ ପ୍ରଶଂସକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏବେ ପୁଷ୍ପା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଖୁବ୍‌ଶୀଘ୍ର ଏହି ଫିଲ୍ମର ସିକ୍ୱେଲ ପୁଷ୍ପା-୨-ଦି ରୁଲ୍‌ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ନିର୍ମାତାମାନେ ଫିଲ୍ମର ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକ ପୂଜା ରଖିଛନ୍ତି। ସୋସିଆଲ ମିଡିଆରେ ଏପୂଜା ସମାରୋହ ବିଷୟରେ ଫଟୋ ଭାଇରାଲ ହୋଇଛି।
‘ପୁଷ୍ପା: ଦି ରାଇଜ’ ଫିଲ୍ମର ପ୍ରଥମ ଅପେକ୍ଷା ଦ୍ୱିତୀୟ ଭାଗର ବଜେଟ ଦୁଇ ଗୁଣା ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ ଚମତ୍କାର ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ଫି’ ମଧ୍ୟ ଦ୍ୱିତୀୟ ଭାଗରେ ଯଥେଷ୍ଟ ବଢାଯାଇଛି। ପୁଷ୍ପା ୨ର ବଜେଟ ୪୦୦ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ଅଲୁ ଅର୍ଜନ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ହୁଏ, ତେବେ ଏହା ତାଙ୍କର ସର୍ବୋଚ୍ଚ ଫି’ ହେବ।
ପୁଷ୍ପା ଭାଗ ୧ର ବଜେଟ ୨୦୦-୨୫୦ କୋଟି ଥିଲା। ଅଲୁ ଅର୍ଜୁନ ଏଥିପାଇଁ ୩୫କୋଟି ଟଙ୍କା ନେଇଥିଲେ। ‘ପୁଷ୍ପା: ଦି ରାଇଜ’ ପ୍ରାୟ ବକ୍ସଅଫିସ୍‌ରେ ୩୦୦ କୋଟିରୁ ଅଧିକ ଆୟ କରିଥିଲା। ଡିସେମ୍ବର ୨୦୨୧ରେ ‘ପୁଷ୍ପା: ଦି ରାଇଜ’ ରିଲିଜ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

 

Share