‘ପୁଷ୍ପା’ ଶୈଳୀରେ ମଦ ଚାଲାଣ

ଢେଙ୍କାନାଳ ଅଫିସ, ୨ା୩: ଚର୍ଚ୍ଚିତ ସିନେମା ‘ପୁଷ୍ପା’ରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ଚନ୍ଦନ କାଠ ଚୋରାଚାଲାଣ। ଏବେ ସେହି ଫିଲ୍ମ ଷ୍ଟାଇଲ୍‌ରେ ବେଆଇନ ଭାବେ ଚାଲାଣ ହେଉଥିବା ବିଦେଶୀ ମଦ ଧରାପଡ଼ିଛି। କେବଳ ଅରୁଣାଚଳ ପ୍ରଦେଶରେ ବିକ୍ରି ଯୋଗ୍ୟ ଏହି ମାଦକ ଦ୍ରବ୍ୟକୁ ଆସାମରୁ ନିଆଯାଉଥିଲା ଅନୁଗୋଳ। ଏଥିଲାଗି ବ୍ୟବହୃତ କରାଯାଇଥିଲା ଏକ ସ୍ବତନ୍ତ୍ର କଣ୍ଟେନର। ଏଭଳି ଏକ ଅନ୍ତଃରାଜ୍ୟ ନିଶା କାରବାର ର଼୍ୟାକେଟର ଗୁମର ଖୋଲିଛି ଢେଙ୍କାନାଳ ଜିଲା ଅବକାରୀ ବିଭାଗ। ଏହି ଘଟଣାରେ କଣ୍ଟେନର ଚାଳକ ତଥା ହରିୟାଣା ରାଜ୍ୟ ସୋନେପଥ ଜିଲା ଗନୋର ଥାନା ଚତିଆଓଲିଆର ବିଜେନ୍ଦ୍ର ସିଂ (୩୨), ଉଦୟସିଂହପୁର ଗ୍ରାମର ଶତୀଶ ନନ୍ଦଲ (୬୨) ଏବଂ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଗୋଡ଼ିଡ଼ିହ ଗ୍ରାମର ଅବିନାଶ ମହାରଣା (୩୨)ଙ୍କୁ ଗିରଫ କରାଯାଇଛି। ଉକ୍ତ ୧୨ ଚକିଆ କଣ୍ଟେନର (ଆର୍‌ଜେ ୩୨ ଜିଏ ୮୨୦୫)ରୁ ଆନୁମାନିକ ୭୫ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଚୋରା ଚାଲାଣ ବେଳେ ଏଭଳି ବିପୁଳ ପରିମାଣର ମଦ ଧରାପଡ଼ିବା ଢେଙ୍କାନାଳ ଜିଲା ଅବକାରୀ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଆସାମର ଭେମାଜୀ ତେଜପୁର ରୋଡ୍‌ ଅଞ୍ଚଳର ଜଣେ ଡିଲରଙ୍କ ନିକଟରୁ ପାଣି ବିଶୋଧନ କରିବା ନିମନ୍ତେ ଉଦ୍ଦିଷ୍ଟ ଫିଲଟର ମେଶିନ ଭୁବନେଶ୍ୱରକୁ ଯୋଗାଣ କରିବା ଲାଗି ଉକ୍ତ କଣ୍ଟେନର ନାମରେ ଚାଲାଣ କଟାଯାଇଥିଲା। କଣ୍ଟେନର ପଛପାର୍ଶ୍ୱରେ ରଖାଯାଇଥିବା ପାଣି ବିଶୋଧନ ମେଶିନ ମଧ୍ୟରେ ସେଥିରେ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଓଡ଼ିଶାରେ ଏଭଳି ଏକ ବିଦେଶୀ ମଦ ର଼୍ୟାକେଟ ଚାଲିଥିବା ଗୋଇନ୍ଦା ସୂଚନା ମିଳିବା ପରେ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲା ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଚଢ଼ାଉ କରିଥିଲେ। ତେବେ ଚାଳକ କୌଶଳକ୍ରମେ କଣ୍ଟେନରକୁ ଢେଙ୍କାନାଳରୁ ଅନୁଗୋଳ ମଧ୍ୟବର୍ତ୍ତୀ ମହୀଧରପୁର ଦେଇ ଯାଇଥିବା ରାସ୍ତାର ବାମପାର୍ଶ୍ୱ ଦେଇ ହିନ୍ଦୋଳ ଥାନା ଅଞ୍ଚଳର ଏକ ଜଙ୍ଗଲକୁ ପଳାଇଥିଲେ। ତେବେ ଅବକାରୀ ଅଧିକାରୀ ୩ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଉକ୍ତ କଣ୍ଟେନର ମଧ୍ୟରୁ ୧,୦୭୦ କାର୍ଟୁନରେ ଥିବା ୫୧,୩୬୦ ବୋତଲ ମଦ ଜବତ କରାଯାଇଛି। ଗୋଟିଏ କାର୍ଟୁନରେ ୧୮୦ ମିଲିଲିଟର ବିଶିଷ୍ଟ ୪୬ ମଦ ବୋତଲ ରହିଥାଏ। ଏହିପରି ୨୨୮ କାର୍ଟୁନ ମାକଡୋୟଲ ହ୍ବିସ୍କି, ୩୪୪ କାର୍ଟୁନ ବାକାଡି ବ୍ଲାକ, ୪୯୮କାର୍ଟୁନ ନଂ୧. ରମ୍‌ ଜବତ ହୋଇଛି।
ଢେଙ୍କାନାଳ ଜିଲା ଅବକାରୀ ବିଭାଗ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଉପ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ, ଇନ୍ସପେକ୍ଟର ବିବେକାନନ୍ଦ ପେରେଇ, ଏଏସ୍‌ଆଇ ଛାୟାକାନ୍ତ ନାୟକ, ବିଶ୍ୱରଞ୍ଜନ ନାଥ, ସମୀର ମହାଳିକ, ରାଜେନ୍ଦ୍ର କୁମାର ସିଂ, ସନ୍ତୋଷ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।, ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଅଧିକ୍ଷକ କୁହନ୍ତି, ଗିରଫ ଅଭିଯୁକ୍ତଙ୍କ ଫୋନ୍‌ କଲ୍‌ରୁ ର଼୍ୟାକେଟ୍‌ର କିଙ୍ଗ୍‌ପିନ୍‌ଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ବିଦେଶୀ ମଦ ବେଆଇନ ଭାବେ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ଜବତ ମଦ ଅସଲି କି ନକଲି ତାହାର ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସମୟ ଭଲ ନାହିଁ, ଟିକେ ରହିଯାଅ
ଅନ୍ତଃରାଜ୍ୟ ବିଦେଶୀ ମଦ ଚାଲାଣ ର଼୍ୟାକେଟ୍‌ରେ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ୩ ଜଣଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚରୁ ଅବକାରୀ ବିଭାଗ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। ମଦ ବୋଝେଇ କଣ୍ଟେନରକୁ ଫୋନ୍‌ ଦ୍ୱାରା ଗାଇଡ୍‌ କରାଯାଇ ରୁଟ୍‌ ବିଷୟରେ ଲଗାତର ସୂଚନା ଦିଆଯାଉଥିଲା। ଜଣେ ବ୍ୟକ୍ତି ଉକ୍ତ କଣ୍ଟେନରକୁ ଅନୁଗୋଳ ବାଇପାସ୍‌କୁ ଆଣିବାକୁ ନିର୍ଦ୍ଦେଶ ଦେଇ ଫୋନ୍‌ କାଟି ଦେଇଥିଲେ। ଏହାପରେ ପୁଣି କେହି ଜଣେ ଫୋନ୍‌ କରିଥିଲେ। ‘ସମୟ ଭଲ ନାହିଁ, ଟିକେ ରହିଯାଅ’ ବୋଲି କହି ସମ୍ପୃକ୍ତ ବ୍ୟକ୍ତି ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବାହାରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ୫ ଲକ୍ଷ ଟଙ୍କା ଦେଇ ଚାଲିଆସ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ଏଭଳି ତଥ୍ୟ ଅବକାରୀ ବିଭାଗ ହାତରେ ଲାଗିଛି। ତେବେ ଏହାର କିଙ୍ଗ୍‌ପିନ୍‌ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
୪ ଥର ବିଫଳ ପରେ ସଫଳତା
ଅରୁଣାଚଳପ୍ରଦେଶରେ ବିକ୍ରି ହେଉଥିବା ବିଦେଶୀ ମଦ ଓଡ଼ିଶା ଅପେକ୍ଷା ଶସ୍ତା। ତେଣୁ ସେଠାରୁ ଚୋରାରେ ଟିକସ ଫାଙ୍କି ଦାମୀ ବ୍ରାଣ୍ଡ୍‌ର ମଦ ଆଣି ଓଡ଼ିଶାରେ କଳାବଜାର କରି ଅଧିକ ଦରରେ ବିକ୍ରି କରାଯାଉଥିଲା। ଏଭଳି ବିଦେଶୀ ମଦ ର଼୍ୟାକେଟ୍‌ ସମ୍ପର୍କରେ ଅବକାରୀ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ଅଭିଯୁକ୍ତମାନେ କୌଶଳ ଖଟାଇ ପ୍ରତିଥର ବର୍ତ୍ତି ଯାଉଥିଲେ। ଏପରି କି ଢେଙ୍କାନାଳ ଅବକାରୀ ବିଭାଗ ୪ ଥର ଏହି ଚୋରା ମଦଚାଲାଣରେ ସମ୍ପୃକ୍ତ ଗ୍ୟାଙ୍ଗ୍‌କୁ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri