ବିଗ୍‌ ବି’ଙ୍କୁ ଏମିତି କହିଲେ ଫିଲ୍ମ ‘ପୁଷ୍ପା’ର ହିରୋଇନ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ। ତେବେ ରଶ୍ମିକାଙ୍କ ଦୁଇଟି ବଲିଉଡ୍‌ ‘ଫିଲ୍ମ ମିଶନ ମଜ୍ନୁ’ ଏବଂ ‘ଗୁଡ୍‌ ବାଏ’ ଆଗକୁ ରିଲିଜ୍‌ ହେବାକୁ ଯାଉଛି। ଏଥିପାଇଁ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ସେ ‘ଫିଲ୍ମ ମିଶନ ମଜ୍ନୁ’ ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିବେ। ଯାହା ଆସନ୍ତା ୧୩ରେ ରିଲିଜ୍‌ ହେବାର ଯୋଜନା ରହିଛି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ବଲିଉଡ୍‌ର ବିଗ୍‌ ବି’ଙ୍କ ସହ କାମ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, ‘ଶ୍ରୀ ବଚ୍ଚନ ଜଣେ ସଂପୂର୍ଣ୍ଣ ଡଲ୍‌, ସେ ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ କିମ୍ବଦନ୍ତୀ। ପ୍ରତ୍ୟେକ ରିହର୍ସଲରୁ ଶୁଟିଂ ପର୍ଯ୍ୟନ୍ତ ସେ ଏହାକୁ ସମ୍ପୂର୍ଣ୍ଣ ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ କରିଥିଲେ। ଯେକୌଣସି ଶବ୍ଦ ତାଙ୍କୁ ବର୍ଣ୍ଣନା କରିବାକୁ ବହୁତ କମ୍‌ ହେବ ବୋଲି ରଶ୍ମିକା କହିଛନ୍ତି। ତେବେ ରଶ୍ମିକା ଫିଲ୍ମ ‘ଗୁଡ୍‌ ବାଏ’ରେ ଅମିତାଭ୍‌ଙ୍କ ସହ କାମ କରିଛନ୍ତି। ଫିଲ୍ମଟି ବିକାଶ ବାହଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନୀନା ଗୁପ୍ତା ଏବଂ ପାଭେଲ ଗୁଲାଟି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ରିଲିଜ୍‌ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଚଳିତ ବର୍ଷ ଏହି ଦୁଇଟି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଅଭିନେତ୍ରୀ ଆଶା କରିଛନ୍ତି। ସେ କହିଛନ୍ତି, ମୋର ଉଭୟ ଫିଲ୍ମକୁ ନେଇ ଅତ୍ୟଧିକ ଉତ୍ସାହିତ ଏବଂ ସେଗୁଡିକୁ ଦେଖିବା ପାଇଁ ମୁଁ ଅପେକ୍ଷା କରିପାରିବି ନାହିଁ, ଭାବୁଛି ଦର୍ଶକ ମଧ୍ୟ ଏହି ଫିଲ୍ମକୁ ଭଲ ପାଇବା ଦେବେ ।

 

 

Share