ହାଇଦ୍ରାବାଦ୍: ବ୍ଲକ୍ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ ଅର୍ଜୁନ ପ୍ରମୋଶନ ପାଇଁ ଜାପାନ ଗସ୍ତରେ ଯିବା ପ୍ରସଙ୍ଗକୁ ତାଙ୍କ ମ୍ୟାନେଜର ନିଶ୍ଚିତ କରିଛନ୍ତି। ‘ପୁଷ୍ପା ୨’ ୨୦୨୬ ଜାନୁଆରୀ ୧୬ରେ ‘ପୁଷ୍ପା କୁନରିନ୍’ ନାମରେ ଜାପାନରେ ମୁକ୍ତିଲାଭ କରିବ। ସୋସିଆଲ ମିଡିଆରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର ଶରତ ଚନ୍ଦ୍ର ନାଇଡୁ କହିଛନ୍ତି ଯେ ଅଲ୍ଲୁ ଅର୍ଜୁନ ପ୍ରମୋଶନ ପାଇଁ ଜାପାନ ଯିବେ।
ଏହି ଫିଲ୍ମର ଏକ ସ୍ବତନ୍ତ୍ର ୨୨୦-ମିନିଟ୍ ବିଶିଷ୍ଟ ଏକ୍ସଟେଣ୍ଡେଡ୍ କଟ୍ ଭର୍ସନ ରିଲିଜ ହେବ। ଏହା ମୂଳ ୨୦୦-ମିନିଟ୍ ଭର୍ସନ୍ଠାରୁ ୨୦ ମିନିଟ୍ ଅଧିକ। ଏହା ଅଲ୍ଲୁ ଅର୍ଜୁନଙ୍କର ପ୍ରଥମ ଜାପାନ ଗସ୍ତ ହେବାର ସମ୍ଭାବନା ଅଛି। ଫିଲ୍ମର ଅଫିସିଆଲ ଜାପାନିଜ ପୋଷ୍ଟର ଓ ଟ୍ରେଲର୍ ପୂର୍ବରୁ ହିଁ ରିଲିଜ ହୋଇସାରିଛି।


