ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟା, ମାଆ-ଛୁଆଙ୍କୁ ଚାପିଦେଲା ଭିଡ

ନୂଆଦିଲ୍ଲୀ,୫।୧୨: ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଫିଲ୍ମ ‘ପୁଷ୍ପା ୨’ କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଯେତେବେଳେ ସୁପରଷ୍ଟାର ଆଲ୍ଲୁ ପ୍ରିମିୟରରେ ପହଞ୍ଚିଲେ, ସେଠାରେ ପ୍ରବଳ ଭିଡ ହୋଇଯାଇଥିଲା। ଏହି ସମୟରେ ଦଳାଚକଟା ହୋଇଯାଇଥିଲା। ଆଉ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଯେଉଁଥିରେ ଏକ ଶିଶୁ ମଧ୍ୟ ଗୁରୁତର ଆହତ ହେବା ସହ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଜଣକ ପୁଅ ସହ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତରବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସୋସିଆଲ ମିଡିଆରେ ପ୍ରିମିୟରର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ଶିଶୁ ଚେତାଶୂନ୍ୟ ହୋଇ ଗୁରୁତର ଆଘାତ ହେଉଥିବା ଦେଖାଯାଉଛି । ଯେତେବେଳେ ପ୍ରଶଂସକମାନେ ଖବର ପାଇଲେ ଯେ ଆଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଏକ ଥିଏଟରରେ ଫିଲ୍ମ ‘ପୁଷ୍ପା ୨’ ଦେଖିବାକୁ ଆସିବେ, ତାଙ୍କୁ ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାରେ ଲୋକ ଗହଳି ଜମାଇଥିଲେ। ଶେଷରେ ଯେତେବେଳେ ଆଲ୍ଲୁ ଆସିଲେ ଲୋକେ ନିୟନ୍ତ୍ରଣ ବାହାରକୁ ଚାଲିଗଲେ। ଏବଂ ଦଳାଚକଟା ପରିସ୍ଥିତି ଦେଖାଗଲା।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା, କିନ୍ତୁ ଯେତେବେଳେ ଲୋକମାନେ ଆଲ୍ଲୁ ଅର୍ଜୁନଙ୍କୁ ଦେଖିଲେ, ସେମାନେ ତାଙ୍କୁ ଭେଟିବାକୁ ଦୌଡିଥିଲେ। ଏଥିରେ ଅନେକ ଲୋକ ଆହତ ହେବାର ଖବର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri