ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ ହେବାକୁ ଯାଉଛି। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଓ ସପ୍ତଧାରାର ବିଭିନ୍ନ ସ୍ଥାନରେ ଅଧିକାଂଶ ଶୁଟିଂ ହେବ। ସ୍ଥାନ ଚୟନ ପରେ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ମାଲକାନଗିରି ଜିଲାପାଳ ବିଶାଳ ସିଂ ଓ ଆରକ୍ଷୀ ଅଧୀକ୍ଷକ ନିତେଶ ବାଧ୍ୱାନୀଙ୍କୁ ଚିଠି ଲେଖି ଅନୁମତି ଲୋଡ଼ାଯାଇଛି। ଏହି ଖବର ମିଳିବା ପରେ ଓଡ଼ିଆ ସିନେପ୍ରେମୀଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।
ନିକଟରେ ପୁଷ୍ପା-୨ର ପୋଷ୍ଟର ଓ ଟିଜର ରିଲିଜ୍‌ ହୋଇଥିବାବେଳେ ଏହାକୁ ଦର୍ଶକଙ୍କ ଭରପୂର ପ୍ରଶଂସା ମିଳିଛି। ସୋସିଆଲ ମିଡିଆରେ ଚଳଚ୍ଚିତ୍ରର ଶୁଟିଂକୁ ନେଇ ଅନେକ ପୋଷ୍ଟ ଅପଲୋଡ୍‌ ହେଉଛି। ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍‌ ଗତ ଏକମାସ ଧରି ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ସ୍ବାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲୱେରେ ନିର୍ମାଣାଧୀନ ପୋଲ ନିକଟରେ ଶୁଟିଂ କରିବା ପାଇଁ ଯୋଜନା ରହିଛି। ସଂସ୍ଥା ପକ୍ଷରୁ ଫାଇଟ୍‌ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ୍‌ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁବ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମ୍ୟାନ୍‌ ଦେବରାଜ ପ୍ରମୁଖ ୨ଦିନ ଧରି ମାଲକାନଗିରିର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଆସନ୍ତା ମେ’ ପ୍ରଥମ ସପ୍ତାହରେ ଶୁଟିଂ ହେବାକୁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଜଣେ ସାଧାରଣ ଶ୍ରମିକରୁ ଚନ୍ଦନ କାଠ ଚୋରା ଚାଲାଣକାରୀ ଦସ୍ୟୁ ପାଲଟିଥିବା ‘ପୁଷ୍ପା’ ଉପରେ ନିର୍ମିତ ଚଳଚ୍ଚିତ୍ରର ପ୍ରଥମ ଭାଗଟି ପ୍ରଥମେ ତେଲୁଗୁ ଓ ପରେ ହିନ୍ଦୀ, ତାମିଲ, କନ୍ନଡ ଭାଷାରେ ୨୦୨୧ ଡିସେମ୍ବରରେ ମୁକ୍ତି ଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ବ୍ୟବସାୟିକ ସଫଳତା ହାସଲ କରିଥିବାବେଳେ ପୁଷ୍ପା୨ ମଧ୍ୟ ସଫଳତା ହାସଲ କରିବ ବୋଲି ନିର୍ଦ୍ଦେଶକ ସୁକୁମାର ଆଶା ପ୍ରକଟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତର ନାୟକ ଅଲ୍ଲୁ ଅର୍ଜୁନ, ନାୟିକା ରସ୍ମିକା ମାନ୍ଧନା ଓ ସୁନିଲଙ୍କ ଭଳି ବହୁ ଲୋକପ୍ରିୟ କଳାକାର ରହିଛନ୍ତି। ମାଲକାନଗିରି ଜିଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ସହ ଏପରି ଏକ ଚଳଚ୍ଚିତ୍ର ଶୁଟିଂ ପାଇଁ ଉପଯୁକ୍ତ ସ୍ଥାନ ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ନିକଟରେ ମାଲକାନଗିରିରେ ଶୁଟିଂ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଧ୍ୟ ହିଟ୍‌ ହୋଇ ଦେଶରେ ଚର୍ଚ୍ଚା ସୃଷ୍ଟି କରି ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri