Categories: ଜାତୀୟ

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩ ।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଡେରାଡୁନରେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ପଦ ପାଇଁ ଅନେକଙ୍କ ନାଁ ଆଲୋଚନାକୁ ଆସିଥିଲା । ହେଲେ ଶେଷରେ ବାଜି ମାରିଲେ ପୁଷ୍କର ସିଂ ଧାମି ଶନିବାର ସନ୍ଧ୍ୟାରେ ହିଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜଭବନରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଧାମି ଇତିମଧ୍ୟରେ ରାଜଭବନ ପହଞ୍ଚି ଯାଇଛନ୍ତି । ଧାମି ହେବେ ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ । ଆର୍‌ଏସ୍‌ର ଅତି ନିକଟତର କୁହାଯାଉଥିବା ଧାମି ଭାଜପା ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ବି ରହି ସାରିଛନ୍ତି । ଦୁଇଥର ବିଧାୟକ ମଧ୍ୟ ରହିଛନ୍ତି । ଧାମିଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୭୫ରେ ପିଥୌରାଗଡରେ ହୋଇଥିଲା ।

Share