ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍ଆଇ ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଏସ୍ପି ପ୍ରଶାନ୍ତ କୁମାର ଦାଶ, ଏସ୍ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ଓ ଏସ୍ଆଇ ପ୍ରଭାସିନୀ ସାହୁ ଯୋଗଦେଇଥିଲେ। ଥାନାରେ ଦୀର୍ଘ ୩ ବର୍ଷ ଧରି କାର୍ଯ୍ୟରତ ସୁଶାନ୍ତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପ୍ରାଥମିକତା ଭାବେ ବିଭିନ୍ନ ବିବାଦର ସମାଧାନରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ପାରିବାରିକ ବିବାଦ, ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ଓ ଛୋଟଛୋଟ ଅଭିଯୋଗକୁ ଆପୋସ ଆଲୋଚନା ଓ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ଫଳରେ ଅନେକ ବିବାଦ ବଡ଼ ବଡ ଘଟଣାର ରୂପ ନେବାରୁ ରୋକାଯାଇପାରି ଭାଇଚାରା ସୃଷ୍ଟି ହୋଇପାରୁଥିଲା। ଏହି ଅବସରରେ ଓକିଲ ସଂଘର ସଦସ୍ୟ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସୁଶାନ୍ତ ମିଶ୍ରଙ୍କ କାର୍ଯ୍ୟଦକ୍ଷତା ଓ ଜନସାଧାରଣଙ୍କ ପ୍ରତି ତାଙ୍କର ଆଚରଣକୁ ପ୍ରଶଂସା କରିଥିଲେ। ଅନ୍ୟ ଅଧିକାରୀମାନେ ମଧ୍ୟ ଥାନାକୁ ଆସୁଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ପ୍ରାଥମିକ ପର୍ଯ୍ୟାୟରେ ଆପୋସ ସମାଧାନ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେବା ଲାଗି ମତପ୍ରକାଶ ପାଇଥିଲା। ଏହାକୁ ଥାନାର କର୍ମଚାରୀମାନେ ପରିଚାଳନା କରିଥିଲେ।