ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ଦିନକୁ ଦିନ ବଢୁଥିବା ସୁନା ଦରକୁ ଅଖିଆଗରେ ରଖି ବର୍ତ୍ତମାନ ଆର୍ଟିଫିସିଆଲ୍‌ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ବଜେଟକୁ ସୁହାଇଲା ଭଳି ଦାମ୍‌ରେ ଭଳିକି ଭଳି ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଥିବାରୁ ଏହା ଏବେ ଟ୍ରେଣ୍ଡ୍‌ରେ ରହିଛି । ହେଲେ ଏସବୁ ଗରମରେ ଝାଳ କିମ୍ବା ପାଣି ସଂସ୍ପର୍ଶରେ ଆସି ଶୀଘ୍ର ଖରାପ ହୋଇଯିବାର ଆଶଙ୍କା ରହିଛି । ତେଣୁ ଏଭଳି ଜୁଏଲେରିର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ…
ଯଦିଓ ଆର୍ଟିଫିସିଆଲ୍‌ ଜୁଏଲେରି ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ହେଲେ ଏହା ଓ୍ବାଟରପ୍ରୁଫ୍‌ ହୋଇ ନ ଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ଜଙ୍କ ହେବା କିମ୍ବା ରଙ୍ଗ ଛାଡିଯିବାର ଆଶଙ୍କା ରହିଛି। ତେଣୁ ଖରାରେ କେଉଁଆଡେ ଯାଉଥିଲେ ଏହାକୁ ନ ପିନ୍ଧିବା ଭଲ। ତଥାପି ଯଦି ଖରାରେ କୌଣସି ଫଙ୍କ୍‌ଶନରେ ଏହାକୁ ବ୍ୟବହାର କରୁଛନ୍ତି ତେବେ ଝାଳ ଲାଗିଥିଲେ ଭଲ ଭାବେ ପୋଛି ଜିପ୍‌ ଲକ୍‌ ପ୍ଲାଷ୍ଟିକ୍‌ ପାଉଚ୍‌ରେ ରଖନ୍ତୁ। ଧ୍ୟାନ ରଖନ୍ତୁ ପାଉଚ୍‌ରେ କୌଣସି ଜାଗା ଯେମିତି ଖୋଲା ନ ରହେ।
ପିନ୍ଧିବା ବେଳେ ଓଦା ହୋଇଗଲେ ତୁରନ୍ତ ଏହାକୁ ଶୁଖିଲା କଟନ୍‌ କପଡାରେ ପୋଛି ଦିଅନ୍ତୁ।
ଏଭଳି ଜୁଏଲେରି ପରଫ୍ୟୁମ ସଂସ୍ପର୍ଶରେ ଆସି ଖରାପ ହୋଇଯାଏ। ତେଣୁ ଆପଣ ଯେତେବେଳେ ମେଟାଲିକ୍‌ ଅର୍ନାମେଣ୍ଟ ପିନ୍ଧୁଛନ୍ତି ଏହାକୁ ଯଥା ସମ୍ଭବ ଫରଫ୍ୟୁମ୍‌ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
ଏଭଳି ଜୁଏଲେରିକୁ ସଫା କରିବା ଲାଗି ଟୁଥ୍‌ ପାଉଡର ବ୍ୟବହାର କରନ୍ତୁ। ଏହାକୁ ଲଗାଇ ଧୀରେ ଧୀରେ ବ୍ରଶ୍‌ ସାହାଯ୍ୟରେ ଘଷି ସଫା କରି ନରମ କପଡାରେ ପୋଛି ଦିଅନ୍ତୁ।
ଅଧିକ ମେଟାଲିକ୍‌ ଜୁଏଲେରିକୁ ଏକାଠି ରଖିବା ଦ୍ୱାରା ତାହା ପରସ୍ପର ସହ ଘଷି ହୋଇ ରଙ୍ଗ ଛାଡିଯାଏ। ତେଣୁ ଏହାକୁ ଅଲଗା କରି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri