ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ ଲିଜାରାଣି ପଣ୍ଡା ପୁରୁଷୋତ୍ତମ ପୁର ପୋଲିସରେ ଅଭିଯୋଗ ଜଣାଇଥିବା ନେଇ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି।
ବିଡିଓ କହିଛନ୍ତି ଯେ ରାତ୍ର ପ୍ରାୟ ୯.୩୦ ସମୟରେ ହଠାତ୍  ସେ ଫୋନ କରି ଘଟଣା କିଛି ବିଶେଷ ନକହି ଅଳ୍ପ  କହି ଫୋନ କାଟିଦେଲେ।ଏହା ପରେ ତାଙ୍କ ପତ୍ନୀଙ୍କସହ ଯୋଗାଯୋଗ କରି ସେ ଘରୁ ଚାଲିଥିବା ଶୁଣି କିଛି କର୍ମଚାରୀଙ୍କୁ ନେଇ ରାତ୍ରରେ  ଖୋଜା ଖୋଜି କରିବା ବେଳେ ପୁରୁଷୋତ୍ତମପୁର ସହର ଗଡସାହି ନିକଟରୁ ତାଙ୍କ ବାଇକଟି ମିଳିଥିଲା।ଓ ସକାଳୁ ହାଡିସାହି ଛକଠାରେ  ମୋବାଇଲଟି ପଡିଥିବା ବେଳେ ଜଣେ ବ୍ୟକ୍ତି ପାଇଥିଲେ। ମାତ୍ର ତାଙ୍କର କୌଣସି ଖୋଜ ଖବର ମିଳିନାହିଁ ବୋଲି କହିଛନ୍ତି।
ଏହାକୁ ନେଇ ପତ୍ନୀ ଲିଜାରାଣି ଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ତାଙ୍କ ନିଜଘର ଛତ୍ରପୁର ଜେନା ପଲ୍ଲୀରେ। ସେଏଠାରେ ଚାକିରି କରୁଥିବା ହେତୁଏକ ବର୍ଷହେଲା ପୁରୁଷୋତ୍ତମପୁର  କଂସାରୀସାହିରେ ଭଡାରେ ରହୁଛୁ। ଘରେ କେବେ ମଧ୍ୟ କୌଣସି ପ୍ରକାର ପାଟିତୁଣ୍ଡ କି ଝଗଡ଼ା ନାହିଁ। କି କୌଣସି ଦିନ କାର୍ଯ୍ୟକୁ ନେଇ ମାନସିକ ଚାପରେଥିବା କଥାବି କହିନାହାନ୍ତି। ସେ ଅତିଭଲ। ରାତ୍ର ପ୍ରାୟ ୯.୨୦ ସମୟରେ ବ୍ଲକକୁ ଯାଉଛି କହିବାରୁ ତଙ୍କୁ ବାରଣ କଲି। ମାତ୍ର ସେ ୫ ମିନିଟ୍ ମଧ୍ୟରେ ବିଡିଓ ଙ୍କ ପାଖକୁ ଯାଇ କଥାହୋଇ ଆସୁଛି କହି ଯାଇ ଆଉ ଘରକୁ ଫେରିଲେନି। ତାଙ୍କ ମୋବାଇଲକୁ ଫୋନ କରିବାରୁ ସୁଇଚଅପ କହିଲା ବୋଲି କହିଛନ୍ତି। ହେଲେ ଜିଆରଏସ ନିଜ ଇଛାରେ କେଉଁ ଆଡେ ଚାଲି ଯାଇଛନ୍ତିକି। ଜଦି ସେ ନିଜ ଇଛାରେ ଗଲେ ତେବେ ପତ୍ନୀଙ୍କୁ କିପରି ଜଣାଇଲେ ନାହିଁ ନା ତାଙ୍କୁ କେହି କୌଣସି କାରଣରୁ ଅପହରଣ କରିନେଇଛି। ନା ଅନ୍ୟକିଛି କାରଣ ରହିଛି  ତାହା ଏଠାରେ  ଏକପ୍ରକାର ସଂଦେହ ସୃଷ୍ଟି କରିଛି।