ଶ୍ରୀକ୍ଷେତ୍ରରେ ଧୁମ୍‌ଧାମ୍‌ରେ ଚାଲିଛି ସାହିଯାତ: ମନମୋହୁଛି ସମରକଳା

ପୁରୀ, ୮ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ସାହିଯାତ ଧୁମ୍‌ଧାମ୍‌ରେ ଚାଲିଛି। ପ୍ରଥମ ଦିବସ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମନୀତି ସମ୍ପନ୍ନ ହୋଇଥିଲା। ସୋମବାର ଦ୍ୱିତୀୟ ଦିବସରେ ଯଜ୍ଞରକ୍ଷା ସହ ଖର, ଦୂଷଣ (ନାକ, କାନ) ବଧ ନୀତି ସମ୍ପନ୍ନ ହୋଇଛି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ଦକ୍ଷିଣୀଘରୁ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତିକୁ ମହାଜନ ସେବକମାନେ ଭିତରକୁ ବିଜେକରି ରତ୍ନସିଂହାସନ ନିକଟକୁ ନେଇଥିଲେ। ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ପ୍ରଦାନ କରିଥିଲେ। ପରେ ମହାଜନ ସେବକ ଠାକୁରଙ୍କୁ ନେଇ ମୁକ୍ତିମଣ୍ଡପ ନିକଟ ପାଲିଙ୍କିରେ ବିଜେ କରାଇଥିଲେ।
ସାହିଯାତ ନୀତି ନିମନ୍ତେ ଠାକୁର ପାଲିଙ୍କିରେ ଶ୍ରୀଜଗନ୍ନାଥବଲ୍ଲଭକୁ ବିଜେ କରିଥିଲେ। ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଜଗନ୍ନାଥବଲ୍ଲଭ ପରିସରରେ ପହଞ୍ଚିବା ପରେ ଠାକୁରଙ୍କୁ ମଠର ଖଟଶେଯକୁ ବିଜେ କରାଯାଇଥିଲା।
ସେହିପରି ଅନ୍ୟପଟେ ହରଚଣ୍ଡୀସାହି ଆଖଡ଼ା ପକ୍ଷରୁ ଯଜ୍ଞରକ୍ଷା, ଖର, ଦୂଷଣ(ନାକ, କାନ)ଙ୍କ ବଧନୀତି ପ୍ରସ୍ତାବ ଆଗତ କରାଯାଇଥିଲା। ହରଚଣ୍ଡୀ ସାହି ଆଖଡ଼ାରୁ ରାମାୟଣର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଚରିତ୍ରମାନେ ଆସି ଜଗନ୍ନାଥବଲ୍ଲଭ ପରିସରରେ ପହଞ୍ଚି କଳାକୌଶଳ ଏବଂ ନୃତ୍ୟ ପ୍ରଦର୍ଶନ କରିଥିଲେ।
ପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ସମସ୍ତ ନୀତି ସମ୍ପାଦନ କରାଯାଇଥିଲା। ଶୀତଳ ଭୋଗ ମଣୋହି ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥିଲେ। ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ାରୁ ନିଶାଣ ବାହାରି ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା।
ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ା ଓ ଆଠସାହି ଆଖଡ଼ାର ମୁରବିମାନେ ମାଟିମଣ୍ଡପ ସାହିର ବାଦୀ ବା ବନ୍ଧୁ ସାହି କାଳିକାଦେବୀ ସାହିକୁ ଯାତ ନେଇ ଯାଇଥିଲେ। ଯାତରେ ନବଶିରା ହନୁମାନ, କାଳିମେଢ଼, ନାଗା ସହ ବିଭିନ୍ନ ପ୍ରକାର ସମରକଳା ପ୍ରଦର୍ଶନକରି ମାଟିମଣ୍ଡପ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଶୋଭାଯାତ୍ରାରେ ଆଠସାହି ଆଖଡ଼ା ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହିବାସିନ୍ଦା ସାହିଯାତର ପାରମ୍ପରିକ ନୃତ୍ୟ ଓ ସମରକଳା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri