୫ ଶ୍ରେଷ୍ଠ ତୀର୍ଥସ୍ଥାନରେ ପୁରୀ: ଓୟୋ

ନୂଆଦିଲ୍ଲୀ,୭।୬:ଭାରତର ୫ ଶ୍ରେଷ୍ଠ ତୀର୍ଥସ୍ଥାନ ମଧ୍ୟରେ ପୁରୀ ରହିଛି। ସର୍ବାଧିକ ଯାତ୍ରୀ ଆସୁଥିବା ଅନ୍ୟ ତୀର୍ଥସ୍ଥାନଗୁଡ଼ିକ ହେଲେ ବାରାଣସୀ, ତିରୁପତି, ଅମୃତସର ଏବଂ ଶିରିଡ଼ି। ଟ୍ରାଭେଲ୍‌ ଟେକ୍‌ କମ୍ପାନୀ ଓୟୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇଣ୍ଡିଆସ୍‌ ଟ୍ରେଜର ଟ୍ରୋଭ୍‌ ଅଫ୍‌ କଲ୍‌ଚର ଟ୍ରାଭେଲ୍‌ ୨୦୨୨’ରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ତୁଳନାରେ ୨୦୨୨ରେ ସାଂସ୍କୃତିକ ସ୍ଥଳ ମଧ୍ୟରେ ଶ୍ରୀନଗର ପାଇଁ ସର୍ବାଧିକ ୩.୫ ଗୁଣରୁ ଅଧିକ ବୁକିଂ ହୋଇଛି। ଶ୍ରୀନଗର ବ୍ୟତୀତ ପହଲଗାମ, ଜମ୍ମୁ, ବୋଧଗୟା ଏବଂ ଶିରିଡ଼ି ଭାରତର ଶ୍ରେଷ୍ଠ ସାଂସ୍କୃତିକ ସ୍ଥଳ ମଧ୍ୟରେ ରହିଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଓୟୋର ବୁକିଂ ତଥ୍ୟକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ସବୁଠୁ ଲୋକପ୍ରିୟ ତୀର୍ଥସ୍ଥାନ ମଧ୍ୟରେ ଶୀର୍ଷରେ ବାରାଣସୀ ଥିବାବେଳେ ଏହା ପଛକୁ ତିରୁପତି, ପୁରୀ, ଅମୃତସର ଏବଂ ଶିରିଡ଼ି ସ୍ଥାନ ପାଇଛି। ଏହା ବ୍ୟତୀତ ଓୟୋର ମଧ୍ୟଗ୍ରୀଷ୍ମ ଅବକାଶ ସୂଚକାଙ୍କ ଅନୁଯାୟୀ ଚଳିତ ଗ୍ରୀଷ୍ମଋତୁରେ ବୈଷ୍ଣୋଦେବୀ ଦର୍ଶନ ଲାଗି ସର୍ବାଧିକ ଗ୍ରାହକ ଆଗ୍ରହ ପ୍ରକାଶ କରିଛନ୍ତି। ଐତିହ୍ୟ ସ୍ଥଳ ଭାବେ ଔରଙ୍ଗାବାଦର ଅଜନ୍ତା ଓ ଏଲୋରା ଗୁମ୍ଫା ଏବଂ ଆଗ୍ରାର ତାଜମହଲ ଶୀର୍ଷରେ ଥିବାବେଳେ ଏହା ପଛକୁ ହାମ୍ପି, ଖଜୁରାହୋ ଏବଂ ମହାବଳୀପୁରମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri