ଅମିତ ଶାହାଙ୍କ ଆରୋଗ୍ୟ କାମନାକରି ପୁରୀ ଜିଲା ଭାଜପା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପ ଦାନ

ପୁରୀ ଅଫିସ, ୩।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ପରୀକ୍ଷାରୁ କରୋନା ପଜିଟିଭ ଜଣାପଡ଼ିବା ପରେ ରବିବାର ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଶାହାଙ୍କ ଆଶୁ ଆରୋଗ୍ୟ କାମନାକରି ପୁରୀ ଜିଲା ଭାଜପା ପକ୍ଷରୁ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି। ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲହୋଇ ମହାପ୍ରଭୁଙ୍କ ନିକଟରେ ଶାହାଙ୍କ ଆରୋଗ୍ୟକାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥହୋଇ ପୁଣି ଜନତାଙ୍କ ସେବାରେ ସାମିଲ ହୁଅନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ଜିଲା ସଭାପତି ପ୍ରବଞ୍ଜନ ମହାପାତ୍ର, ଭବାନୀ ଦାସ ମହାପାତ୍ର ପ୍ରମୁଖ ସାମିଲ ଥିଲେ।