ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ‘ପୁଣ୍ୟଶ୍ଳୋକ’ ସମ୍ମାନ

କଟକ ଅଫିସ୍‌,୨୪।୫: କଟକ ଜିଲା ତେଲେଙ୍ଗା ପେଣ୍ଠ ନିକଟସ୍ଥ ରାମନଗର ଗ୍ରାମର ୧୭ତମ ବାର୍ଷିକ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରାମ ଦରବାରରେ ଗ୍ରାମ କମିଟି ପକ୍ଷରୁ ଓଡିଶାର ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ସୁବକ୍ତା, ସଂଗଠକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ସନ୍ୟାସୀ ଜୀଙ୍କୁ ‘ପୁଣ୍ୟଶ୍ଳୋକ’ ସମ୍ମାନ ପ୍ରଦାନ କରାଯାଇଛି l
ଶ୍ରୀ ସନ୍ନ୍ୟାସୀ ଜୀ ଖୁବକମ ବୟସରୁ ସେ ଆଧ୍ୟାତ୍ମିକ ସ୍ତମ୍ଭ ଲେଖିବା ଆରମ୍ଭ କରିଥିଲେ। ଆଜିକୁ ପନ୍ଦର ବର୍ଷ ହେଲା ଦୈନିକ ‘ଧରିତ୍ରୀ’ ରେ ମାସିକ ସ୍ତମ୍ଭ ‘ଚିନ୍ମୟ ଚିନ୍ତନ’ ଲେଖି ଓଡିଶାର ପାଠିକାପାଠକଙ୍କ ଠାରେ ବିଶେଷ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହସହ ସେ ଅନେକ ଖବରକାଗଜରେ ଆଧ୍ୟତ୍ମିକ ସ୍ତମ୍ଭ ଲେଖନ୍ତି।
ଆକାଶବାଣୀ କଟକର ‘ଅନୁଚିନ୍ତା’ ଉପସ୍ଥାପକ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ଚାନେଲ ‘ପ୍ରାର୍ଥନା’ର ‘ତର୍କେ ବହୁ ଦୂର’ କାର୍ଯ୍ୟକ୍ରମର ଅତିଥି ପର୍ଯ୍ୟନ୍ତ ସବୁଠି ସେ ନିଜ ଆଧ୍ୟାତ୍ମିକ ଚିନ୍ତାଧାରା ସେ ଲୋକଙ୍କ ସହ ବାଣ୍ଟନ୍ତି। ଏତଦ ବ୍ୟତୀତ ସେ ଜଣେ ଓଜସ୍ବିନୀ ବକ୍ତା ଏବଂ ପ୍ରବଚକ ମଧ୍ୟ l ଦେବ ବାଣୀ, ଗୁରୁ ଗ୍ରହଣର ପ୍ରୟୋଜନୀୟତା ଏବଂ ନିତ୍ୟ ପ୍ରାର୍ଥନା ନାମକ ତିନି ଖଣ୍ଡ ଆଧ୍ୟାତ୍ମିକ ପୁସ୍ତକ ସେ ରଚନା କରିବା ସହିତ ଓଡ଼ିଶାର ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ସମ୍ପାଦକ ମଧ୍ୟ ଅଟନ୍ତି l ଏ ପର୍ଯ୍ୟନ୍ତ ଅବିବାହିତ ରହି ଆଧ୍ୟାତ୍ମିକ ସାଧନାରେ ରତ ଥିବା ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ନିଜ ଗାଁ ମାଟିରେ ଏପରି ଏକ ସମ୍ମାନ ମିଳିଥିବାରୁ ସେ ଗ୍ରାମ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ସମ୍ପାଦକ ଲକ୍ଷ୍ମୀଧର ସେଠୀଙ୍କ ସମେତ ସମଗ୍ର ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri