ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୨ା୪:ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲ ଭିତରେ ଥିବା ଅନ୍ତେବାସୀଙ୍କୁ ଇଂଲିଶ୍‌ ପାଠ ପଢ଼ାଉଛନ୍ତି ଭଇଁଷା କଲେଜର ଏହି ପୂର୍ବତନ ଇଂଲିଶ୍‌ ବିଭାଗ ଅଧ୍ୟାପକ। ସେ ଏବେ ସ୍ପୋକେନ୍‌ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କୋର୍ସ କରାଉଛନ୍ତି। ତେବେ ଜେଲ ଭିତରେ ଅନ୍ତେବାସୀଙ୍କୁ ପୁଞ୍ଜିଲାଲଙ୍କ ଇଂଲିଶ୍‌ ପାଠ ପଢ଼ାଇବା ଚର୍ଚ୍ଚାର ବିଷୟ ହୋଇଛି।
ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ଏବଂ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ୟୁନିଭର୍ସିଟି (ଆଇଜିଏନ୍‌ଓୟୁ) ଜରିଆରେ ଜେଲ ଅନ୍ତେବାସୀମାନେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀର ଜିଲା କାରାଗାରରେ ଏବେ ୩୫ ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ଏଥିସହିତ ୩ଜଣ ଯୁକ୍ତତିନି ଏବଂ ୨ଜଣ ପିଜି ଆଡମିଶନ୍‌ କରିଛନ୍ତି। ଏନ୍‌ଆଇଓଏସ୍‌ ଜରିଆରେ ଚାଲିଥିବା ଏହି ପରୀକ୍ଷାରେ ଏବେ ୨୫ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ୧୦ ଜଣ ଅନ୍ତେବାସୀ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ସେହି ଭିତରେ କଣ୍ଟାବାଞ୍ଜି ଜେଲର ଜଣେ ଅନ୍ତେବାସୀ ପରୀକ୍ଷା ଦେଉଛନ୍ତିି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୨୦୨୧ ସେପ୍ଟେମ୍ବର ମାସରୁ ଆଡମିଶନ୍‌ ଓ ପାଠପଢ଼ା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାର ଭିତରେ ଥିବା ସ୍କୁଲରେ ଏବେ ପରୀକ୍ଷା କେନ୍ଦ୍ର ଚାଲିଛି। ଏହି କାରଣରୁ ଅନ୍ତେବାସୀଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲ ଭିତରେ ଶିକ୍ଷିତ ଅନ୍ତେବାସୀଙ୍କୁ ଅଧ୍ୟାପନା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହା ସହିତ ଜେଲର ବିଭିନ୍ନ ଅଧିକାରୀ, ୱେଲ୍‌ଫେୟାର ଅଫିସର ମଧ୍ୟ ପାଠ ପଢ଼ାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଗତ ଜାନୁୟାରୀ ମାସରୁ ପୁଞ୍ଜିଲାଲ ମେହେର ଇଂଲିଶ୍‌ ବିଷୟରେ ଅନ୍ତେବାସୀଙ୍କୁ ସ୍ପୋକେନ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କ୍ଲାସ କରୁଛନ୍ତି।
ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କୁ ପଚରାଯିବାରୁ ଜେଲ ଭିତରେ ଅନ୍ତେବାସୀଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଇଛି। ଜିଲା କାରାଗାରରେ ଅବିଭକ୍ତ ବଲାଙ୍ଗୀର ଜିଲାର ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ସୋନପୁର ଓ ବୀରମହାରାଜପୁର ଜେଲର ଅନ୍ତେବାସୀମାନେ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍‌ଆଇଓଏସ୍‌ ଏବଂ ଆଇଜିଏନ୍‌ଓୟୁ ଜରିଆରେ ଆଡମିଶନ କରାଯାଉଛି। ଏବେ ଜେଲର ସ୍କୁଲରେ ଶିକ୍ଷକ ନାହାନ୍ତି। ଏଣୁ ଜେଲ ଭିତରେ ଥିବା ଉଚ୍ଚଶିକ୍ଷିତ ଅନ୍ତେବାସୀଙ୍କୁ ପାଠପଢ଼ାରେ ସାମିଲ କରାଯାଇଛି । ଏହାସହିତ ଜେଲ କାନ୍ଥରେ ନୈତିକ ଶିକ୍ଷା ପାଇଁ ପେଣ୍ଟିଂ କରାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ପାଟଣାଗଡ଼ଠାରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ନବବିବାହିତା ସୌମ୍ୟଶେଖର ଏବଂ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିବାବେଳେ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଭଇଁଷା କଲେଜର ଇଂଲିଶ୍‌ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri