ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୨ା୪:ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲ ଭିତରେ ଥିବା ଅନ୍ତେବାସୀଙ୍କୁ ଇଂଲିଶ୍‌ ପାଠ ପଢ଼ାଉଛନ୍ତି ଭଇଁଷା କଲେଜର ଏହି ପୂର୍ବତନ ଇଂଲିଶ୍‌ ବିଭାଗ ଅଧ୍ୟାପକ। ସେ ଏବେ ସ୍ପୋକେନ୍‌ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କୋର୍ସ କରାଉଛନ୍ତି। ତେବେ ଜେଲ ଭିତରେ ଅନ୍ତେବାସୀଙ୍କୁ ପୁଞ୍ଜିଲାଲଙ୍କ ଇଂଲିଶ୍‌ ପାଠ ପଢ଼ାଇବା ଚର୍ଚ୍ଚାର ବିଷୟ ହୋଇଛି।
ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ଏବଂ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ୟୁନିଭର୍ସିଟି (ଆଇଜିଏନ୍‌ଓୟୁ) ଜରିଆରେ ଜେଲ ଅନ୍ତେବାସୀମାନେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀର ଜିଲା କାରାଗାରରେ ଏବେ ୩୫ ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ଏଥିସହିତ ୩ଜଣ ଯୁକ୍ତତିନି ଏବଂ ୨ଜଣ ପିଜି ଆଡମିଶନ୍‌ କରିଛନ୍ତି। ଏନ୍‌ଆଇଓଏସ୍‌ ଜରିଆରେ ଚାଲିଥିବା ଏହି ପରୀକ୍ଷାରେ ଏବେ ୨୫ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ୧୦ ଜଣ ଅନ୍ତେବାସୀ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ସେହି ଭିତରେ କଣ୍ଟାବାଞ୍ଜି ଜେଲର ଜଣେ ଅନ୍ତେବାସୀ ପରୀକ୍ଷା ଦେଉଛନ୍ତିି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୨୦୨୧ ସେପ୍ଟେମ୍ବର ମାସରୁ ଆଡମିଶନ୍‌ ଓ ପାଠପଢ଼ା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାର ଭିତରେ ଥିବା ସ୍କୁଲରେ ଏବେ ପରୀକ୍ଷା କେନ୍ଦ୍ର ଚାଲିଛି। ଏହି କାରଣରୁ ଅନ୍ତେବାସୀଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲ ଭିତରେ ଶିକ୍ଷିତ ଅନ୍ତେବାସୀଙ୍କୁ ଅଧ୍ୟାପନା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହା ସହିତ ଜେଲର ବିଭିନ୍ନ ଅଧିକାରୀ, ୱେଲ୍‌ଫେୟାର ଅଫିସର ମଧ୍ୟ ପାଠ ପଢ଼ାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଗତ ଜାନୁୟାରୀ ମାସରୁ ପୁଞ୍ଜିଲାଲ ମେହେର ଇଂଲିଶ୍‌ ବିଷୟରେ ଅନ୍ତେବାସୀଙ୍କୁ ସ୍ପୋକେନ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କ୍ଲାସ କରୁଛନ୍ତି।
ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କୁ ପଚରାଯିବାରୁ ଜେଲ ଭିତରେ ଅନ୍ତେବାସୀଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଇଛି। ଜିଲା କାରାଗାରରେ ଅବିଭକ୍ତ ବଲାଙ୍ଗୀର ଜିଲାର ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ସୋନପୁର ଓ ବୀରମହାରାଜପୁର ଜେଲର ଅନ୍ତେବାସୀମାନେ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍‌ଆଇଓଏସ୍‌ ଏବଂ ଆଇଜିଏନ୍‌ଓୟୁ ଜରିଆରେ ଆଡମିଶନ କରାଯାଉଛି। ଏବେ ଜେଲର ସ୍କୁଲରେ ଶିକ୍ଷକ ନାହାନ୍ତି। ଏଣୁ ଜେଲ ଭିତରେ ଥିବା ଉଚ୍ଚଶିକ୍ଷିତ ଅନ୍ତେବାସୀଙ୍କୁ ପାଠପଢ଼ାରେ ସାମିଲ କରାଯାଇଛି । ଏହାସହିତ ଜେଲ କାନ୍ଥରେ ନୈତିକ ଶିକ୍ଷା ପାଇଁ ପେଣ୍ଟିଂ କରାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ପାଟଣାଗଡ଼ଠାରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ନବବିବାହିତା ସୌମ୍ୟଶେଖର ଏବଂ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିବାବେଳେ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଭଇଁଷା କଲେଜର ଇଂଲିଶ୍‌ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri