ହାଇକୋର୍ଟ ଯିବେ ପୁଞ୍ଜିଲାଲ: ପୁଅ ସହ କଲେ ଆଲୋଚନା

ବଲାଙ୍ଗୀର,୩୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲ ମେହେର ହାଇକୋର୍ଟ ଯିବାକୁ ମନସ୍ଥ କରିଥିବା ଜଣାପଡିଛି। ବୁଧବାର ପାଟଣାଗଡ ଏଡିଜେ ଏହି ଚର୍ଚ୍ଚିତ ମାମଲାରେ ତାଙ୍କୁ ଆଜୀବନ ଜେଲ ଓ ଅର୍ଥଦଣ୍ଡାଦେଶ ଦେଇଥିଲେ। ଗୁରୁବାର ପୁଞ୍ଜିଲାଲଙ୍କ ପୁଅ ବଲାଙ୍ଗୀର ଜେଲକୁ ଆସି ତାଙ୍କୁ ଭେଟି କିଛି ସମୟ ଆଲୋଚନା କରିଥିବା ଜଣାପଡିଛି। ହାଇକୋର୍ଟ ଯାଇ କେଶ ଲଢ଼ିବାକୁ ପୁଅ ସହ ପୁଞ୍ଜିଲାଲ ଆଲୋଚନା କରିଥିବା ଜେଲ ସୂତ୍ରରୁ ଜାଣିବାକୁ ମିଳିଛି। ଜେଲ ଅଧୀକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହ ଆଜି କଥାବାର୍ତ୍ତା କରି ଓକିଲ ଚୟନ ଭୁଲ ହୋଇଗଲା ବୋଲି ପୁଞ୍ଜିଲାଲ କହିଥିବା ଜଣାପଡିଛି। ଆସନ୍ତା ଦୁଇଦିନ ମଧ୍ୟରେ ଓକିଲ ସହ ଆଲୋଚନା କରି ହାଇକୋର୍ଟ ଯିବା ବ୍ୟବସ୍ଥା କରିବାକୁ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ବୁଧବାର ରାତିରେ କାରାଗାର ଭିତରେ ରାତ୍ରି ଭୋଜନ କରିଥିଲେ ମଧ୍ୟ ସେ ଭାରି ଚିନ୍ତିତ ଥିବା ଦେଖାଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ବାରମ୍ବାର ଉଠୁଥିବା, ବସୁଥିବା ଦେଖାଯାଇଥିଲା। ଗୁରୁବାର ସକାଳୁ ମଧ୍ୟ ସେ ଭାରି ଚିନ୍ତିତ ଦେଖାଯାଉଥିଲେ। ଜେଲକୁ ସାକ୍ଷାତ ପାଇଁ ପୁଅ ଆସିବା ପରେ ତାଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ହାଇକୋର୍ଟ ଯାଇ ଜେଲରୁ ମୁକୁଳିବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଥିଲେ।
ଭଇଁଷା ଜ୍ୟୋତି ବିକାଶ କଲେଜର ଇଂଲିଶ ବିଭାଗ ଅଧ୍ୟାପକ ଭାବେ ପୁଞ୍ଜିଲାଲଙ୍କ ବେଶ୍‌ କାଟ୍‌ତି ଥିଲା। ସେହି କଲେଜରେ ସେ ୨୦୦୯ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଇନ୍‌ଚାର୍ଜ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ା ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ସେହି କଲେଜକୁ ଇତିହାସ ବିଭାଗ ଅଧ୍ୟାପିକା ଭାବେ ସଞ୍ଜୁକ୍ତା ସାହୁ ବଦଳି ହୋଇ ଆସିବା ପରେ ବରିଷ୍ଠତା ଯୋଗୁ ତାଙ୍କୁ ଅଧ୍ୟକ୍ଷ ପଦବୀ ଛାଡିଦେବାକୁ କୁହାଯାଇଥିଲା। ପୁଞ୍ଜିଲାଲ ଅଧ୍ୟକ୍ଷ ପଦ ଛାଡି ନ ଥିଲେ। ସରକାରୀ ଚିଠି ବଳରେ ୨୦୧୭ରେ ଅଧ୍ୟକ୍ଷ ପଦ ତାଙ୍କୁ ଛାଡିବାକୁ ପଡିଲା। ଏହି କଥାକୁ ନେଇ ସେ ଅଧ୍ୟାପିକା ସଞ୍ଜୁକ୍ତାଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପାର୍ସଲ ବୋମା କାଣ୍ଡ ଷଡୟନ୍ତ୍ର ରଚିଥିଲେ। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗିବା ପରେ ସେ ଏବେ ମହାଚିନ୍ତାରେ ପଡିଛନ୍ତି। ଏଭଳି ସ୍ଥିତିରେ ସେ ହାଇକୋର୍ଟରେ ମାମଲା ଲଢ଼ିବା କାଠିକର ପାଠ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

୧୧ ନମ୍ବର ୱାର୍ଡ ଭିତରେ ପୁଞ୍ଜିଲାଲ

ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ ଏଡିଜେ କୋର୍ଟରୁ ବଲାଙ୍ଗୀର ଜିଲା ଜେଲକୁ ଅଣାଯାଇଥିଲା। ଜେଲ କର୍ତ୍ତୃପକ୍ଷ ବିଚାରାଧୀନ କଏଦୀ ସେଲରୁ ତାଙ୍କୁ ସଜା କାଟୁଥିବା କଏଦୀମାନେ ରହୁଥିବା ୧୧ ନମ୍ବର ୱାର୍ଡକୁ ଆଣିଥିଲେ। ବଲାଙ୍ଗୀର ଜିଲା କାରାଗାରର ୧୧ ନମ୍ବର ୱାର୍ଡରେ ତାଙ୍କୁ ରଖାଯାଇଥିଲା। ପୁଞ୍ଜିଲାଲଙ୍କୁ କଏଦୀ ନମ୍ବର ୫୮୮୨ ଭାବେ ଚିହ୍ନଟ କରାଯାଇଥିଲା। ତାଙ୍କୁ ରଖାଯାଇଥିବା ୱାର୍ଡ ଭିତରେ ଏବେ ୫୦ ଜଣ ସଜା କାଟୁଥିବା କଏଦୀ ଅଛନ୍ତି। ୫୦ ଜଣଙ୍କ ମଧ୍ୟରୁ ୪୦ ଜଣ ଆଜୀବନ ସଜା କାଟୁଥିବା କଏଦୀ ଅଛନ୍ତି। ସେ ଭିତରୁ ଏବେ ପୁଞ୍ଜିଲାଲ ଜଣେ।

ଖଲାସ ହୋଇଯିବେ ଭାବୁଥିଲେ

ମେ ୨୮ ତାରିଖରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା। ପ୍ରାୟ ଦୁଇବର୍ଷ ଧରି ପାଟଣାଗଡ ଏଡିଜେ କୋର୍ଟରେ ଯେଭଳି ଭାବେ ଏହି ମାମଲା ଚାଲିଥିଲା ସେଥିରୁ ଦୋଷମୁକ୍ତ ହୋଇ ଜେଲରୁ ଖଲାସ ହୋଇଯିବେ ବୋଲି ପୁଞ୍ଜିଲାଲ କୁଆଡେ ଭାବୁଥିଲେ। କିଛିଦିନ ହେଲା ସେ ଜେଲ ଭିତରେ ଥିବା ସାଥୀ କଏଦୀ ଏବଂ ଜେଲ କର୍ତ୍ତୃପକ୍ଷଙ୍କୁ ୨୮ ତାରିଖରେ ସେ ମୁକୁଳି ଯିବେ ବୋଲି କହୁଥିଲେ। ମଙ୍ଗଳବାର ଦିନ ଜେଲ ଭିତରେ ବିଭିନ୍ନ କର୍ମଚାରୀ ଓ କଏଦୀଙ୍କୁ ଭେଟି ସେ ବୁଧବାର ମୁକୁଳି ଯିବେ ଆଉ ଦେଖାହେବନାହିଁ ବୋଲି କହୁଥିବା ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri