ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ ଯୁବକ ନିୟନ୍ତ୍ରଣ ହରାଇବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଉକ୍ତ କାର୍‌ଟି ଦୁଇଟି ଅନ୍ୟ ଗାଡ଼ିକୁ ଧକ୍କା ଦେବା ପରେ ଏକ ଜିପ୍‌ରେ ପିଟିହୋଇଥିଲା। ଫଳରେ ଗାୟକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇତ୍ଥଲା। ବେପାରୁଆ ଡ୍ରାଇଭିଂ ପାଇଁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଜିପ୍‌ରେ ଥିବା ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି। ନିର୍ଭୟର ୯ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଯାଇ ସେଠାରେ ସଙ୍ଗୀତରେ କ୍ୟାରିୟର ଗଢ଼ିଥିଲେ।

Share