ପଞ୍ଜାବୀ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟ ବ୍ୟାନ୍‌

ଚଣ୍ଡିଗଡ,୨୯।୩: ପଞ୍ଜାବର ପ୍ରସିଦ୍ଧ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ୟାନ୍‌ କରାଯାଇଛି। ମାନ୍‌ଙ୍କୁ କିଛି ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା, ଯାହା ପରେ ଆଇନଗତ ଦାବି ହେତୁ ଟୁଇଟର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ଟୁଇଟରରେ ମାନ୍‌ଙ୍କର ୨ ଲକ୍ଷ ୪୨ ହଜାରରୁ ଅଧିକ ଫଲୋର୍ସ ଥିଲେ।

ଖବର ଅନୁଯାୟୀ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହେବାର ମାସକ ପରେ ମାନ୍‌ଙ୍କୁ ଜୀବନରୁ ମାରିବୋକୁ ଧମକ ଦିଆଯାଇଥିଲା। ଯାହାପରେ ରାଜ୍ୟ ପୋଲିସ ଗାୟକଙ୍କ ସୁରକ୍ଷାକୁ ବଢାଇ ଦେଇଥିଲା।

ଆଜି ମଧ୍ୟ ପଞ୍ଜାବୀ ଗାୟକ ବବୁ ମାନ୍‌ଙ୍କର ଜନ୍ମଦିନ। ସେ ୧୯୭୫ ମାର୍ଚ୍ଚ ୨୯ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ପଞ୍ଜାବର ଫତେହଗଡ ସାହିବ ଜିଲାରେ ରୁହନ୍ତି।

Share