Categories: ଜାତୀୟ

ଏଏପି ବିଧାୟକ ବଲଜିନ୍ଦର କୌରଙ୍କୁ ମାଡ ମାରିଲେ ସ୍ୱାମୀ ସୁଖରାଜ: ଭିଡିଓ ଭାଇରାଲ

ଚଣ୍ଡିଗଡ଼,୨ ।୯: ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୦ ଜୁଲାଇରେ ଶୁଟିଂ କରାଯାଇଥବା ଏହି ଭିଡିଓରେ ତଲୱଣ୍ଡିରୁ ୨ ଥର ବିଧାୟକ ରହିଥିବା ସ୍ୱାମୀ ସୁଖରାଜ ସିଂଙ୍କ ସହ କଥା କଟାକଟି ହେଉଥିବା ଦେଖାଯାଇଛି । ଭିଡିଓରେ ସୁଖରାଜ ସିଂ ହଠାତ୍ ଉଠିଯାଇ ବଲଜିନ୍ଦରଙ୍କୁ ଚାପୁଡା ମାରୁଥିବା ଦେଖାଯାଇଛି । ଏହି ସମୟରେ ପାଖରେ ଥିବା କେତେଜଣ ବ୍ୟକ୍ତି ଏମାନଙ୍କ ଝଗଡା ସମାଧାନ କରିବାକୁ ଯାଇ ସୁଖବିନ୍ଦରଙ୍କୁ ଦୂରକୁ ଠେଲି ଦେଉଥିବା ଦେଖାଯାଇଛି । ତେବେ କିଛି ସମୟ ପରେ ବଲଜିନ୍ଦର କୌର କାନ୍ଦୁଥିବା ଦେଖାଯାଇଛି । ଏବେ ଏ ସମ୍ପର୍କରେ ବଲଜିନ୍ଦରଙ୍କର କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଏନେଇ କୌଣସି ଅଭିଯୋଗ ମଧ୍ୟ କରାଯାଇ ନ ଥିବା ଜଣାପଡିଛି ।

Share