୨୦୨୩ ହିଂସା ମାମଲା, ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂ ଗିରଫ

ଚଣ୍ଡିଗଡ଼,୨୪।୪: ୨୦୨୩ର ଅଜନାଲା ହିଂସା ମାମଲାରେ ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଜନାଲା ଥାନା ଆକ୍ରମଣ ସହ ଅମ୍ରିତପାଲ୍‌ ସମ୍ପୃକ୍ତ ଥିଲେ। ତାଙ୍କର ଏନ୍‌ଏସ୍‌ଏ ହାଜତ ମିଆଦ ଶେଷ ହେବା ପରେ ପୁନର୍ବାର ଗିରଫ କରାଯାଇ ଦିବ୍ରୁଗଡ଼ରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଅଜନାଲା କୋର୍ଟରେ ହାଜର କରାଯାଇଥିଲା।

ଏବେ ସେ ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲରେ ରହିବେ। ସୂଚନାଯୋଗ୍ୟ, ଏନ୍‌ଏସ୍‌ଏ ଦ୍ୱାରା ଗିରଫ ହେବା ପରେ ଅମ୍ରିତପାଲ୍‌ ୨୦୨୩ ଏପ୍ରିଲ ୨୩ରୁ ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲରେ ରହିଆସୁଛନ୍ତି।

 

Dharitri – Odisha’s No.1 Odia Daily