Posted inଜାତୀୟ

ବିଦେଶ ଯାତ୍ରା ଲାଗି ଅନୁମତି ମିଳିଲାନି: ଭାଜପା ଉପରେ ବର୍ଷିଲେ ପଞ୍ଜାବ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ଏବେ ପଞ୍ଜାବର ଶକ୍ତି ମନ୍ତ୍ରୀ ଅମନ ଅରୋରାଙ୍କୁ ବିଦେଶ ଯାତ୍ରା ଲଗି କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିପାରିନାହିଁ। ଏହି ପ୍ରସଙ୍ଗରେ ଏବେ ଏଏପି ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ଭାଜପା ଏଏପିକୁ ଭୟ କରୁଛି, ଏଣୁ ଏହାର ନେତାଙ୍କୁ ଅନୁମତି ଦେଉନାହିଁ ବୋଲି ଅମନ ଆକ୍ଷେପ କରିଛନ୍ତି।

ଶକ୍ତି ମନ୍ତ୍ରୀ ଅମନଙ୍କୁ ଗ୍ରୀନ ହାଇଡ୍ରୋଜେନ୍‌ ବିଷୟରେ ଜ୍ଞାନର ଆଦାନ ପ୍ରଦାନ ଲାଗି ତିନୋଟି ଦେଶ(ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ) ପରିଦର୍ଶନ କରିବାର ଥିଲା। ଏଥିଲାଗି କେନ୍ଦ୍ରର ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ୧୩ ଜଣିଆ ପ୍ରତିନିଧିଙ୍କୁ ଅନୁମତି ମିଳିଥିଲା। ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମନଙ୍କୁ ଅନୁମତି ମିଳିପାରି ନାହିଁ। ଏହାକୁ ନେଇ ସେ ଭାଜପାକୁ ଟାର୍ଗେଟ କରିଛନ୍ତି।

ଭାଜପା ଭାରତୀୟ ଗଣତନ୍ତ୍ରର ଗୌରବମୟ ପରମ୍ପରାକୁ ଭୁଲି ଯାଇଛି। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବିରୋଧୀ ଦଳର ନେତା ହୋଇଥିଲେ ମଧ୍ୟ ମିଳିତ ଜାତିସଂଘରେ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେବାକୁ ଅଟଳ ବିହାରୀ ବାଜପେୟୀଙ୍କୁ ବାଛିଥିଲେ। ହେଲେ ଭାଜପା ଏଏପି ସହ ରାଜନୈତିକସ୍ତରରେ ଅସୁରକ୍ଷିତ ମନେ କରୁଛି। ଏଥିଲାଗି ଦଳୀୟ ନେତାଙ୍କର ସରକାରୀ ବୈଦେଶିକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଲଜ୍ଜାଜନକ କୌଶଳ ଭାଜପା ଆପଣାଉଛି ବୋଲି ଅମନ କହିଛନ୍ତି। ଏହାଛଡ଼ା ଏଏପି ଆଗାମୀ ଦିନରେ ଭାଜପାର ରାଜନୈତିକ ମାନଚିତ୍ରକୁ ବଦଳାଇବାକୁ ଯାଉଛି। ଏବେ ତାହା ଭାଜପାକୁ ଜଳ ଜଳ ଦେଖାଗଲାଣିି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବଙ୍କ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ, ଜାନୁୟାରୀ ୨୩ରେ ଶେଷ ହେଉଛି କାର୍ଯ୍ୟକାଳ…

ମୁମ୍ବାଇ,୨୨।୧ : ଶିବସେନାରେ ବିଦ୍ରୋହ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଶିବସେନା ଉଦ୍ଧବ ବାଲାସାହେବ ଠାକରେର ନେତା ଉଦ୍ଧବ ଠାକରେଙ୍କର ଦଳୀୟ ଅଧ୍ୟକ୍ଷ ପଦବୀ ଏବେ...

ହୋଟେଲରେ ହାଇଡ୍ରାମା: ୧୪୪ ଧାରା

ବେଙ୍ଗାଲୁରୁ/ମୁମ୍ବାଇ,୧୧ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନେ ରହିଥିବା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ବିଧାୟକଙ୍କ ସହ...

ଝିଅ ହେଲା ବୋଲି ମାଗଣାରେ ଗୁପଚୁପ ବାଣ୍ଟିଲେ ପିତା

ଭୋପାଳ,୧୪ ।୯: ବର୍ତ୍ତମାନ ସମୟରେ ସରକାର କହୁଛନ୍ତି କନ୍ୟା ଭ୍ରୁଣ ହତ୍ୟା କରନ୍ତୁ ନାହିଁ । ଏମାନେ ଦେଶର ଭବିଷ୍ୟତ । ଏହାପରେ ବି ଅନେକ...

ନିର୍ବାଚନ କମିଶନଙ୍କ ଛାଟ, ବିଜୟ ଉତ୍ସବ ପାଳନ କରିବାକୁ ମନା…

କୋଲକାତା,୩।୧୦: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନ ଛାଟ ଦେଖାଇଛନ୍ତି। କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ରାଜ୍ୟ ସରକାରଙ୍କୁ...

ଓମିକ୍ରନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ,୨୮।୧୧: ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନାର ନୂଆ ଭିରିଏଣ୍ଟ୍‌ ଓମିକ୍ରନ୍‌କୁ ରବିବାର ଦିନ ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ...

ଡାକ୍ତରଙ୍କୁ ପିଟି ହତ୍ୟା: ୨୧ ଗିରଫ

ଗୁଆହାଟୀ,୩ା୯: ଦେଶରେ ଗତ କିଛି ବର୍ଷ ମଧ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇଛି। ଆସାମର ଜୋର୍‌ହାଟରେ ଥିତ୍ବା ଏକ ଚା’ ବଗିଚାରେ ଜଣେ ଡାକ୍ତରଙ୍କୁ ଉତ୍ତ୍ୟକ୍ତ...

କର୍‌ତାରପୁର କରିଡର:ପାକିସ୍ତାନ ଯିବେନି ମନମୋହନ

ନୂଆଦିଲ୍ଲୀ,୪-୧୦(ପି.ଟି.):କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ। ତେବେ ସେ ପାକିସ୍ତାନ ଯିବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ପଷ୍ଟ...

ମୋଦିଙ୍କୁ ହରାଇଲେ ମମତା

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ...

Advertisement
Archives

Model This Week